ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ସାରା ରାଜ୍ୟରେ ଆଜି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଙ୍ଗଳବାର ସମସ୍ତ ସ୍କୁଲ, କଲେଜକୁ ଛୁଟି ଘୋଷଣା କରିଥିଲେ।

ତେବେ ବୁଧବାର ବନ୍ଦର ପ୍ରଭାବ ରହିଥିବାରୁ ସ୍କୁଲ, କଲେଜ ଛୁଟି ହେବ କି ନାହିଁ ଏହାର ନିଷ୍ପତ୍ତି ରାଜ୍ୟ ସରକାର ଜିଲ୍ଲାପାଳଙ୍କ ଉପରେ ଛାଡ଼ି ଦେଇଥିଲେ। ତେବେ କିଛି ଜିଲ୍ଲାର ଜିଲ୍ଲାପାଳ ଏନେଇ ନିଷ୍ପତ୍ତି ନେଇଛନ୍ତି।

ବନ୍ଦର ପ୍ରଭାବକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାର ଜିଲ୍ଲାପାଳ ବୁଧବାର ସ୍କୁଲ ଛୁଟି କରିବାକୁ ଘୋଷଣା କରିଛନ୍ତି। ବାଲେଶ୍ୱର, ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କେନ୍ଦ୍ରାପଡ଼ା, ବଲାଙ୍ଗୀର, ଭଦ୍ରକ, ସମ୍ବଲପୁର ଆଦି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଘୋଷଣା କରିଛନ୍ତି।

Comment