ଓଡ଼ିଶାଲାଇଭ ବ୍ୟୁରୋ

ସଂସଦର ମଧ୍ୟବର୍ତ୍ତୀକଳୀନ ବଜେଟ୍ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ।

ସଂସଦର ମଧ୍ୟବର୍ତ୍ତୀକଳୀନ ବଜେଟ୍ ଅଧିବେଶନ ପାଇଁ ତାରିଖ ଘୋଷଣା ହୋଇଛି। ଏହି ବଜେଟ୍‌ ଅଧିବେଶନ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ବଜେଟ ନେଇ ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟିରେ ନିଷ୍ପତ୍ତି ନିଆଯାଇଛି। ଫେବ୍ରୁଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଜେଟ୍‌ ଉପସ୍ଥାପନ କରିବେ। ଏହି ବଜେଟ୍ ସକାଳ ୧୧ଟାରେ ଉପସ୍ଥାପନ କରାଯିବ।

ଲୋକସଭା ନିର୍ବାଚନ ପୂର୍ବରୁ ହେଉଥିବା ଏହି ବଜେଟ୍‌ ଅଧିବେଶନରେ ସରକାର କିଛି ବଡ଼ ଘୋଷଣା କରିପାରନ୍ତି। ଅଧବେଶନରେ ବିଭନ୍ନ ଗରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। ବଜେଟ୍‌ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ମଧ୍ୟ ରଣନୀତି ପ୍ରସ୍ତୁତ କରିବେ।

ଗତବର୍ଷ ବଜେଟ ଅଧିବବେଶନ ଜାନୁଆରୀ ୨୯ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିଥିଲା। ବଜେଟର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ରୁ ଫେବ୍ରୁଆରୀ ୯ ଯାଏଁ ଚାଲିଥିଲା। ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୫ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିଥିଲା।

Comment