ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଧାୟକ ନବ ଦାସ କଂଗ୍ରେସ ଛାଡିବା ପ୍ରସଙ୍ଗ। ଏ ନେଇ ଆଜି ନବ ଦାସ ମୁହଁ ଖୋଲିଛନ୍ତି। ସେ ଯେଉଁଦଳ ଯିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାର ମଧ୍ୟ ପୂର୍ଣ୍ଣଛେଦ ପକାଇଛନ୍ତି।

ନବ ଦାସ କହିଛନ୍ତି,”୨୦୧୯ ନିର୍ବାଚନ ମୁଁ କଂଗ୍ରେସରୁ ହିଁ ଲଢ଼ିବି। ଯେଉଁ ଚର୍ଚ୍ଚା ହେଉଛି ତାହାକୁ ଚର୍ଚ୍ଚାରେ ରହିବାକୁ ଦିଅ। ”

ଆସନ୍ତା ଜାନୁଆରୀ ୨୫ରେ ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି। ରାହୁଲ ଓଡ଼ିଶା ଆସିବା ଆଗରୁ ନବଦାସ କଂଗ୍ରେସରୁ ହାତ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏମିତି କି ସେ କେଉଁ ଦଳକୁ ଯିବେ ସେ ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। ଯାହାର ଆଜି ପୂର୍ଣ୍ଣଛେଦ ପକାଇଛନ୍ତି ଖୋଦ ନବ ଦାସ।

Comment