ଓଡ଼ିଶାଲାଇଭ୍ ବ୍ୟୁରୋ

‘ବିଜୁ ବାବୁ’ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ନିର୍ମାଣ ହେଉଛି ଓଡ଼ିଆ ଫିଲ୍ମ ‘ବିଜୁ ବାବୁ’। ପ୍ରକାଶ ଫିଲ୍ମ ବ୍ୟାନର ଏବଂ ଅକ୍ଷୟ ପରିଜାଙ୍କ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମ ଏପ୍ରିଲ ୧ରେ ପରଦାକୁ ଆସିବ।

ଏହି ଫିଲ୍ମର ପ୍ରଥମ ପୋଷ୍ଟର ଆଜି ଲୋକାର୍ପିତ ହୋଇଛି। ଏହି ପୋଷ୍ଟରରେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଫଟୋ ରହିଛି। ଅନୁଭବ ବିଜୁ ବାବୁଙ୍କ ଭୂମିକାରେ ନଜର ଆସିବେ।

ବିଜୁ ବାବୁଙ୍କ ଜନ୍ମସ୍ଥାନ କଟକରେ ପ୍ରଥମ ପୋଷ୍ଟର ରିଲିଜ ହୋଇଛି। ହଜାର ହଜାର ପ୍ରଶଂସକ ଏହି ପୋଷ୍ଟର ରିଲିଜ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

“ବିଜୁ ବାବୁ ହେଉଛନ୍ତି ଓଡ଼ିଶାର ଗର୍ବ। ଏହି ଫିଲ୍ମରେ ବିଜୁ ବାବୁଙ୍କ ଆଦର୍ଶ, ମହାନତା, ସହସିକତାକୁ ପ୍ରଧାନ୍ୟ ଦିଆଯିବ। ଓଡ଼ିଶାବାସୀ ଏହି ଫିଲ୍ମ ଜରିଆରେ ବିଜୁ ବାବୁଙ୍କ ଜୀବନୀ ବିଷୟରେ ଅନେକ କଥା ଜାଣିପାରିବେ”, କହିଛନ୍ତି ଅକ୍ଷୟ କୁମାର ପରିଜା। ଏହି ଫିଲ୍ମରେ ସଙ୍ଗତ ନିର୍ଦ୍ଦେଶନା ଦେବେ ପ୍ରେମାନନ୍ଦ।

Comment