ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆରେ ଏବେ ଗୋଟେ ଅଣ୍ଡାର ବହୁତ ଚର୍ଚ୍ଚା ହେଉଛି। ଏହି ଅଣ୍ଡାର ଫଟୋକୁ ଇନଷ୍ଟାଗ୍ରାମରେ ସବୁଠୁ ଅଧିକ ଲାଇକ ମିଳିଛି। ଏହି ଫଟୋ ଇନଷ୍ଟାଗ୍ରାମରେ ସବୁଠୁ ଅଧିକ ଲାଇକ ପାଇବାର ରେକର୍ଡ ମଧ୍ୟ କରିଛି।

ଏହା ପୂର୍ବରୁ ଆମେରିକାର ସେଲିବ୍ରିଟି କାଇଲା ଜେନରଙ୍କ ଫଟୋକୁ ସବୁଠୁ ଅଧିକ ଲାଇକ ମିଳିଥିଲା। ହେଲେ ଏବେ ଅଣ୍ଡାର ଫଟୋ ଜେନରଙ୍କୁ ପଛରେ ପକାଇଦେଇଛି।

ଅଣ୍ଡାକୁ ଚାରି କୋଟି ଲାଇକ

ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ୱାର୍ଲ୍ଡ ରେକର୍ଡ ନାଁରେ ଥିବା ଆକାଉଣ୍ଟରେ ଅଣ୍ଡାର ଏହି ଫଟୋ ପକାଯାଇଥିଲ। ଅଣ୍ଡାର ରଙ୍ଗ ଥିଲା ଅଳ୍ପ ବ୍ରାଉନ। ଏହି ଆକାଉଣ୍ଟର ଫ୍ୟାନ ଫଲୋଇଙ୍ଗ ୨୫ ଲକ୍ଷ। ଏହି ଫଟୋକୁ ଚାରି ଲକ୍ଷରୁ ଅଧିକ ଲାଇକ ମିଳି ସାରିଲାଣି।

ଭାଙ୍ଗିଲା କାଇଲାଙ୍କ ରେକର୍ଡ

କାଇଲା ଜେନରଙ୍କ ଫଟୋକୁ ୧.୮ କୋଟି ଲାଇକ ମିଳିଥିଲା। ଯାହା ଏକ ରେକର୍ଡ ଥିଲା। ଏବେ ଏହି ରେକର୍ଡ ଅଣ୍ଡା ନାମରେ ହୋଇଯାଇଛି। ଏହି ଅଣ୍ଡାକୁ ଏପର୍ଯ୍ୟନ୍ତ ଚାରି କୋଟିରୁ ଅଧିକ ଲାଇକ ମିଳିସାରିଲାଣି। କାଇଲି ନିଜ ଛୁଆ ସହିତ ଫଟୋକୁ ସେୟାର କରିଥିଲେ, ଯାହାକୁ ୧.୮ କୋଟି ଲାଇକ ମିଳିଥିଲା। ଖାସ କଥା ଏହା ହେଉଛି ଯେ କାଇଲିଙ୍କ ଇନଷ୍ଟାଗ୍ରାମରେ ୧୨.୩୮ କୋଟି ଫଲୋୟର୍ସ ଅଛନ୍ତି ଏବଂ ଏହି ଅଣ୍ଡାକୁ ସେୟାର କରିଥିବା ଆକାଉଣ୍ଟର ପ୍ରାୟ ୨୫ ଲକ୍ଷ ଫଲୋଅର୍ସ ଅଛନ୍ତି।

କାଇଲି ରଖିଥିଲେ ପ୍ରତିକ୍ରିୟା

ୱାର୍ଲ୍ଡ ରେକର୍ଡ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୪ ଜାନୁଆରୀରେ ଅଣ୍ଡାର ଫଟୋ ସେୟାର କରାଯାଇଥିଲା। ଏଥିରେ ଲେଖା ଯାଇଥିଲା, ଆସନ୍ତୁ ବିଶ୍ୱ ରେକର୍ଡ କରିବା ଏବଂ ଏହାକୁ ଇନଷ୍ଟାଗ୍ରାମରେ ସବୁଠୁ ଅଧିକ ପସନ୍ଦ କରାଯାଉଥିବା ପୋଷ୍ଟ ବନାନ୍ତୁ।

Comment