ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ) ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଥିବା ବାରିପଦା ବନଖଣ୍ଡ ଅନ୍ତର୍ଗତ କପ୍ତିପଦା ରେଞ୍ଜର ଶାରିଶୁଆ ବିଟରେ ଏକ ହାତୀଛୁଆର ମୃତ ଶରୀରକୁ ବନବିଭାଗ ଉଦ୍ଧାର କରିଛି। ତେବେ ଏହି ହାତୀ ଶାବକଟି ଗତ କିଛି ଦିନ ପୂର୍ବରୁ ମରି ପଡ଼ିଥିବାର ଖବର ପାଇ ସେଠାକାର ବନସୁରକ୍ଷା କର୍ମଚାରୀ ହାତୀଟିକୁ ସେଠାରେ ପୋତି ଦେଇଥିଲେ।

ଏ ସମ୍ପର୍କରେ ଅଭିଯୋଗ ପାଇ ବାରିପଦା ବନଖଣ୍ଡ ଅଧିକାରୀ ସ୍ଵୟଂ ମଲ୍ଲିକ ବନବିଭାଗ ଅଧିକାରୀମାନଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରି ମୃତ ହାତୀଛୁଆକୁ ଖୋଳି ବାହାର କରିଥିଲେ। ବନଖଣ୍ଡ ଅଧିକାରୀ ଏକ ସ୍ଵତନ୍ତ୍ର କମିଟି ଦ୍ଵାରା ତଦନ୍ତ ଆରମ୍ଭ କରିଦେଇଛି। ଏହି ମୃତ ହାତୀଛୁଆର ବୟସ ପ୍ରାୟ ୫ମାସ ହେବ ବୋଲି ଅନୁମାନ କରାଯାଇଛି।

ତେବେ ବିଭାଗୀୟ ଅଧିକାରୀମାନଙ୍କୁ ଖବର ନଦେଇ କାହିଁକି ଫରେଷ୍ଟଗାର୍ଡ ତାକୁ କିଛି ଲୋକମାନଙ୍କ ସହାୟତାରେ ପୋତିପକାଇଥିଲା। ସେଥିପାଇଁ ତାକୁ ମଧ୍ୟ କାରଣ ଦର୍ଶାଇବା ନୋଟିସ୍‌ ମଗାଯାଇଛି। ତଦନ୍ତପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବାରିପଦା ବନଖଣ୍ଡ ଅଧିକାରୀ। ତେବେ ଏହି ହାତୀଛୁଆର ଅନ୍ୟ କାହାସହିତ ସଂଘର୍ଷ ଘଟି ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

Comment