ଓଡ଼ିଶାଲାଇଭ୍ ବ୍ୟୁରୋ

ଶିମିଳିପାଳ ଅଭୟାରଣ୍ୟରେ ଗୋଟିଏ ମହାବଳ ବାଘର ମୃତ୍ୟୁ ହୋଇଛି। ଦୁଦୁରୁଚମ୍ପାଠାରେ ମହାବଳ ବାଘର ମୃତଦେହ ଠାବ କରାଯାଇଛି। ଏ ନେଇ ଶିମିଳିପାଳ ଅଭୟାରଣ୍ୟର କ୍ଷେତ୍ର ନିର୍ଦେଶକ ପ୍ରକାଶ ଚାନ୍ଦ ଗୋଗନେନୀ ସୂଚନା ଦେଇଛନ୍ତି।

ଦୁଦୁରୁଚମ୍ପା ନାଳ ନିକଟରୁ ଫେବ୍ରୁଆରି ୫ ତାରିଖରେ ଗୋଟିଏ ମହାବଳ ବାଘର ମୃତଦେହ ପଡ଼ିଥିବା ପେଟ୍ରୋଲିଂ ସମୟରେ ଦେଖିବାକୁ ମିଳିଥିଲା। ଫେବ୍ରୁଆରି ୬ ତାରିଖରେ ମହାବଳ ବାଘର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ମୃତ ବାଘର ବୟସ ପ୍ରାୟ ସାଢ଼େ ୩ ବର୍ଷ ହେବ ବୋଲି କୁହାଯାଉଛି।

ବାଘର ମୃତ୍ୟୁ କିପରି ହୋଇଛି ତା’ର ତଦନ୍ତ ଆରମ୍ଭ କରିଛି ବନ ବିଭାଗ। ମୃତ ମହାବଳ ବାଘର ଶରୀରରେ କୌଣସି କ୍ଷତ ଚିହ୍ନ ନଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କ୍ଷେତ୍ର ନିର୍ଦେଶକ କହିଛନ୍ତି।

Tags: #RayalBengalTiger #Death #Similipal #Odisha #SimilipalTigerReserve

LEAVE A REPLY

Please enter your comment!
Please enter your name here