ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିକାର କରିବା ଉଦ୍ଦେଶ୍ୟରେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଅନୁପ୍ରବେଶ କରିଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ କରଞ୍ଜିଆ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଗ୍ରାମର ସାଲଖାନ ହେମ୍ବ୍ରମ, ଲାଲମୋହନ ହାଁସଦା, ବଳରାମ ସୋରେନ, ମଧୁସୂଦନ ମୁର୍ମୁ ଓ ବୀରସିଂ ହେମ୍ବ୍ରମ।

ଶିମିଳିପାଳ ଅଭୟାରଣ୍ୟରେ ସୁରକ୍ଷା କର୍ମୀ ପେଟ୍ରୋଲିଙ୍ଗ କରୁଥିବା ବେଳେ ପାଞ୍ଚଜଣ ବ୍ୟକ୍ତିଙ୍କୁ ଶିକାରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଧରିଥିବା ଦେଖିଥିଲେ। ପରେ ସେମାନଙ୍କୁ ଅଟକ ରଖି ସେମାନଙ୍କଠାରୁ ଧନୁତୀର, ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର, ଲାଇଲନ ସୁତା ଆଦି ଜବତ କରାଯାଇଥିଲା। ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା।

Tags: #Mayurbhanj #Similipal #Odisha

Comment