ଓଡ଼ିଶାଲାଇଭ୍‌ ବ୍ୟୁରୋ

ମିଲିଟାରୀ ପୋଲିସ୍‌ରେ ମହିଳାଙ୍କୁ ଭର୍ତ୍ତି କରିବା ପାଇଁ ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ।

ଭାରତୀୟ ସେନାରେ ମହିଳାଙ୍କ ଭୂମିକା ଆହୁରି ବଢ଼ିବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମିଲଟାରୀ ପୋଲିସ୍‌ରେ ମହିଳାଙ୍କୁ ଭର୍ତ୍ତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ମିଲିଟାରୀ ପୋଲିସ୍‌ରେ ୨୦ ପ୍ରତିଶତ ମହିଳା ରହିବେ। ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟୁଇଟ୍‌ କରି ଏନେଇ ସୂଚନା ଦିଆଯାଇଛି।

ସେନାରେ ମହିଳାଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଥର ପାଇଁ ପିବିଓଆର(ପର୍ସନାଲ ବିଲୋ ଅଫିସର ରାଙ୍କ) ଭୂମିକାରେ ମହିଳାଙ୍କୁ ସାମିଲ କରାଯିବ।

ସେନାରେ ମହିଳାମାନେ ଯବାନମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ। ଦୁଷ୍କର୍ମ ଆଦି ମାମଲା ଆସିଲେ ମହିଳା ମାନେ ତା’ର ଯାଞ୍ଚ କରିପାରିବେ।

ଏହାପୂର୍ବରୁ  ସେନା ମୁଖ୍ୟ ବିପିନ ରାୱତ ସେନାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି କରିବାକୁ କହିଥିଲେ। ଏଥିପାଇଁ ଅଭିଯାନ ଜାରି ରହିଥିବା ସେ କହିଥିଲେ। ତେବେ ମିଲିଟାରୀ ପୋଲିସ୍‌ରେ ପାଖାପାଖି ୮୦୦ ମହିଳାଙ୍କୁ ନିଯୁକ୍ତି କରାଯିବ ବୋଲି ସୂଚନା ମିଳିଛି।

Comment