ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ାରେ ପରିସ୍ଥିତି ଅଣାୟତ୍ତ ହେବାରୁ ପ୍ରଶାସନ ଜାରି କଲା କର୍ଫ୍ୟୁ।

କେନ୍ଦ୍ରାପଡ଼ାରେ କର୍ଫ୍ୟୁ ଜାରି କଲା ପ୍ରଶାସନ। ଅପରାହ୍‌ଣ ୪ଟାରୁ ଶୁକ୍ରବାର ସକାଳ ୮ ଯାଏଁ ଜାରି ରହିବ କର୍ଫ୍ୟୁ। ଏନେଇ ସୂଚନା ଦେଲେ କେନ୍ଦ୍ରାପଡ଼ା ଏସପି ନୀତି ଶେଖର।

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀକୁ ବିରୋଧ କରି ବୁଧବାର କେନ୍ଦ୍ରାପଡ଼ାରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ଜିଲ୍ଲା ପ୍ରଶାସନ ସାରା ସହରରେ ୧୪୪ ଧାରା ଜାରି କରିଥିଲା। କିନ୍ତୁ ପରିସ୍ଥିତି ଅଣାୟତ୍ତ ହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି। ପୋଲିସ ଛାଉଣିରେ ପୂରା କେନ୍ଦ୍ରାପଡ଼ା ସହର।

ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ଏକ ସଭାର ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋ ହଲ୍ଲା ହୋଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଆରଏସ୍‌ଏସର ସ୍ୱୟଂସେବକମାନେ ହାଇସ୍କୁଲ ରାସ୍ତାରେ ବସି ରହି ଏହାର ପ୍ରତିବାଦ କରିଥିଲେ। ରାସ୍ତାରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ କରିଥିଲେ। ତେବେ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ତେବେ ସରକାରୀ ହାଇସ୍କୁଲ ପଡ଼ିଆରେ କୌଣସି କାର୍ଯ୍ୟକ୍ରମ ହେବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ଏଥିସହ ସହରରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରି ଦିଆଯାଇଛି।

ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସମ୍ଭାବନା ନେଇ ସହରର ବିଭିନ୍ନ ଛକରେ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here