ଓଡ଼ିଶାଲାଇଭ୍ ବ୍ୟୁରୋ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ଜେଲରୁ ଖସି ପଳାଇବାକୁ ଚେଷ୍ଟା କରି ବିଫଳ ହୋଇଛି। ପୁଞ୍ଜିଲାଲ୍ ପାଟଣାଗଡ଼ ଜେଲରେ ରହୁଥିବା ୭ ଜଣ ଡକାୟତଙ୍କ ସହ ମିଶି ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଜେଲ କର୍ମଚାରୀ ସେମାନଙ୍କୁ କାବୁ କରିଛନ୍ତି।

ତେବେ ଏହି ଘଟଣା ପରେ ଜଣା ପଡିଛି କି ପୁଞ୍ଜିଲାଲ୍ ଆଉ ପାଟଣାଗଡ଼ ଜେଲରେ ରହିବାକୁ ଚାହୁଁନି। ସେ ଚାହୁଁଛି ତାକୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଉ। ଏମିତିକି ସେ କିଛି ଖାଉନଥିବା ଜଣାପଡିଛି। ପୁଞ୍ଜିଲାଲ୍‌ର କହିବା କଥା ମାଜିଷ୍ଟ୍ରେଟ ଆସି ସବୁ କଥା ବୁଝିବା ପରେ ସେ ଖାଇବ।

ଗୁରୁବାର ସକାଳେ ଏ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ପାଟଣାଗଡ଼ ଜେଲ ଅଧୀକ୍ଷକଙ୍କୁ ରିପୋର୍ଟ ମାଗିଛନ୍ତି। ଯାହା ବି ଘଟଣା ଘଟିଛି ଜେଲରେ ସେଥିରେ ପୁଞ୍ଜିଲାଲ୍‌ର ଭୂମିକା କଣ ବୋଲି ରିପୋର୍ଟ ମାଗିଛନ୍ତି ପୋଲିସ ଡିଜି।

ଗତବର୍ଷ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଥିଲା ପୁଞ୍ଜିଲାଲ୍‌। ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କ ଜେଜେମାଙ୍କର ମୃତ୍ୟୁ ହୋଇଥିଲା।

Comment