ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ଏକାସାଙ୍ଗେ କୂଅ ଭିତରୁ ମିଳିବା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। କେମିତି ଏହି ନାରକୀୟ କାଣ୍ଡ ଘଟିଲା ତାକୁ ନେଇ ପୋଲିସ ଖୋଳତାଡ଼ କରୁଛି।

ପ୍ରାଥମିକ ତଦନ୍ତରୁ ଏହା ହତ୍ୟାକାଣ୍ଡ ବୋଲି ପୋଲିସ କହୁଛି। ହେଲେ ଏହି ହତ୍ୟାକାଣ୍ଡ ପଛରେ କାହାର ହାତ ତାହା ସ୍ପଷ୍ଟ କରିପାରିନି ପୋଲିସ।

କୋଇଡା ଥାନା ଅନ୍ତର୍ଗତ ଇଙ୍ଗ ଇନ୍ଦୁପୁର କନ୍ଦା ସାହିରେ ଘଟିଛି ଏହି ହୃଦୟବିଦାରକ ଘଟଣା। ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ କୂଅ ଭିତରୁ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ସବୁଠୁ ବଡ଼ କଥା ହେଉଛି ମୃତକମାନଙ୍କ ମଧ୍ୟରେ ୪ ଜଣଙ୍କ ବୟସ ହେଉଛି ୧୦ ବର୍ଷରୁ କମ୍।

ମୃତକମାନେ ହେଲେ କୁନି ମୁଣ୍ଡା (୩୦)। ତାଙ୍କ ଝିଅ ମାର ମୁଣ୍ଡା (୧୦), ପୁଅ ଟେକେଲ ମୁଣ୍ଡା (୯),  ଚାମରା ମୁଣ୍ଡା (୪)ଙ୍କ ସମେତ ଜଣେ ବର୍ଷକର ଝିଅ।

ଶୁକ୍ରବାର ବିଳମ୍ବିତ ରାତିରେ ଏହି ନାରକୀୟ କାଣ୍ଡ ଘଟିଥିବା ସନ୍ଦେହ କରୁଛି ପୋଲିସ। ଘଟଣାସ୍ଥଳରେ କୋଇଡା ପୋଲିସ, ସାଇଣ୍ଟିଫିକ ଟିମ୍ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି ରଖିଛନ୍ତି।

Comment