ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇବା ସହ ୨-୦ରେ ସିରିଜ କବ୍‌ଜା କଲା ଭାରତୀୟ ମହିଳା କ୍ରିକେଟ ଟିମ୍‌।

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ପୁରୁଷ କ୍ରିକେଟ ଟିମ୍‌ର ବାଜିମାତ୍‌ ପରେ ଏବେ ମହିଳା କ୍ରିକେଟ ଦଳ ନିଜର ଜଲୱା ଦେଖାଇଛନ୍ତି। ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ ଘରୋଇ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇବା ସହ ସିରିଜ କବ୍‌ଜା କରିଛି ଭାରତୀୟ ମହିଳା କ୍ରିକେଟ ଟିମ୍‌।

ବିରାଟ ବାହିନୀର ଦିନିକିଆ ସିରିଜ ହାତେଇବା ପରେ ବର୍ତ୍ତମାନ ମିତାଲି ବାହିନୀ ମଧ୍ୟ ଏହି କ୍ରମରେ ସିରିଜକୁ କବ୍‌ଜା କରିଛି। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଆଇସିସି ଚାମ୍ପିୟନସିପ ସିରିଜରେ ୨-୦ରେ ଆଗୁଆ ରହିଛି ଭାରତୀୟ ମହିଳା ଦଳ।

ମଙ୍ଗଳବାର ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳିଥିଲା ଭାରତୀୟ ମହିଳା ଦଳ। ଭାରତୀୟ ଦଳର ଉଭୟ ବୋଲର ଏବଂ ବ୍ୟାଟ୍ସମ୍ୟାନଙ୍କ ଦମଦାର ପ୍ରଦର୍ଶନ କରିଥିଲେ। ଟିମ୍‌ ଇଣ୍ଡିଆ ପ୍ରଥମେ ବୋଲିଂ କରି ନ୍ୟୁଜିଲାଣ୍ଡକୁ ୪୪.୨ ଓଭରରେ ୧୬୧ ରନରେ ଅଲ୍‌ଆଉଟ କରିଥିଲା।

୧୬୨ ରନକୁ ଟାର୍ଗଟେ କରି ମିତାଲି ବାହିନୀ ପଡ଼ିଆକୁ ଓହ୍ଲାଇଥିଲା। ମ୍ୟାଚ ଆରମ୍ଭରୁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଥିଲା। ମାତ୍ର ୧୫ ରନରେ ୨ଟି ୱିକେଟ ହରାଇଥିଲା ଟିମ୍‌ ଇଣ୍ଡିଆ। କିନ୍ତୁ ଦଳର ସ୍ମୃତି ମନ୍ଧାନା ଓ ଅଧିନାୟିକା ମିତାଲି ରାଜ୍‌ଙ୍କ ଦମଦାର ବ୍ୟାଟିଂ ଟିମ୍‌ ଇଣ୍ଡିଆକୁ ଜିତାଇଥିଲା।

ସ୍ମୃତି ମନ୍ଧାନାଙ୍କ ୯୦ ରନର ଇନିଂସ ଏବଂ ମିତାଲି ରାଜ୍‌ଙ୍କ ୬୩ ରନ୍‌ ବଳରେ ୩୫.୨ ଓଭରରେ ମାତ୍ର ୨ଟି ୱିକେଟ ହରାଇ ଟିମ୍‌ ଇଣ୍ଡିଆ ଏହି ବିଜୟ ହାସଲ କରିଛି।

Comment