ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜ ଇତିହାସ ରଚିଛନ୍ତି। ମିତାଲି ୨୦୦ ଦିନିକିଆ ଖେଳିଥିବା ବିଶ୍ଵର ପ୍ରଥମ ମହିଳା ଖେଳାଳି ହୋଇଛନ୍ତି। ଶୁକ୍ରବାର ନ୍ୟୁଜିଲାଣ୍ଡ ବିରୋଧରେ ହାମିଲଟନରେ ସେ ଏହି ରେକର୍ଡ ହାସଲ କରିଛନ୍ତି।

ଭାରତ ଓ ନ୍ୟୁଜିଲାଣ୍ଡ ଭିତରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଜାରି ରହିଛି। ଶୁକ୍ରବାର ଏହି ସରିଜର ତୃତୀୟ ମ୍ୟାଚ। ଭାରତୀୟ ମହିଳା ଟିମ ସିରିଜରେ ୨-୦ରେ ଆଗୁଆ ରହିଛି। ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଛାଡ଼ିଛି।

ମିତାଲି ୧୯୯୯ରେ ଆୟାରଲାଣ୍ଡ ବିରୋଧରେ ପ୍ରଥମେ ଦିନିକିଆ ଖେଳିଥିଲେ। ସେହି ମ୍ୟାଚରେ ସେ ଅପରାଜୟ ୧୧୪ ରନ କରିଥିଲେ। ଏହାସହ ଭାରତ ଏହି ମ୍ୟାଚକୁ ୧୬୧ରନରେ ଜିତି ନେଇଥିଲା।

Comment