ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆରେ ଭାରତ ବିଜୟ ହେବା ସହ ୩-୦ରେ ସିରିଜକୁ କବ୍‌ଜା କରିଛି। ନ୍ୟୁଜିଲାଣ୍ଡ ମାଉଣ୍ଟ ମେଙ୍ଗନୁଇର ବେ ଓଭାଲଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିଲା ତୃତୀୟ ଦିନିକିଆ ମ୍ୟାଚ। ଏହି ମ୍ୟାଚରେ ୭ ୱିକେଟରେ ବିଜୟଲାଭ କରିଛି ଟିମ୍‌ ଇଣ୍ଡିଆ।

ପ୍ରଥମେ ନ୍ୟୁଜିଲାଣ୍ଡ ଟିମ୍‌ ବ୍ୟାଟିଂ କରି ୧୦ ୱିକେଟ ହରାଇ ଭାରତ ବିପକ୍ଷରେ ୨୪୩ ରନ୍‌ର ଟାର୍ଗେଟ ରଖିଥିଲେ। ଟିମ୍‌ ଇଣ୍ଡିଆ ୪୩ ଓଭରରେ ୩ ୱିକେଟ ହରାଇ ଏହି ଲକ୍ଷକୁ ପୁରଣ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ୩-୦ରେ ଆଗୁଆ ରହିବା ସହ ସିରିଜକୁ କବ୍‌ଜା କରିଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ ଟିମ୍। ନ୍ୟୁଜିଲାଣ୍ଡ  ଦଳ ପକ୍ଷରୁ ରସ୍‌ ଟାଏଲର ସର୍ବାଧିକ ୯୩ ରନ୍‌ ସଂଗ୍ରହ କରିଥବା ବେଳେ ୱିକେଟ କିପର୍‌ ଟମ୍‌ ଲଥାମ ୫୧ ରନ ସଂଗ୍ରହକରି ଥିଲେ। ଏଥିସହ ଦଳ ୨୪୩ ରନ୍‌ କରି ସମସ୍ତ ୱିକେଟ ହରାଇଥିଲେ। ଭାରତୀୟ ବେଲରଙ୍କ ଦମ୍‌ଦାର ବୋଲିଂ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ଟିମ୍‌କୁ ଧରାଶାୟୀ କରିଥଲେ। ଭାରତୀୟ ଦଳ ପକ୍ଷରୁ ମହମ୍ମଦ ସାମି ୩ଟି ୱିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ୨ଟି ୱିକେଟ ଅକ୍ତିଆର କରିଥିଲେ।

ଅନ୍ୟପଟେ ୨୪୩ ରନ୍‌ର ଟାର୍ଗେଟ ଲକ୍ଷରେ ଟିମ୍‌ ଇଣ୍ଡିଆ ଧୂଆଁଧାର ବ୍ୟାଟିଂ କରିଥିଲେ। ଦଳ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୬୨ରନ୍‌ କରିଥଲେ। ଅଧିନାକୟ ବିରାଟ କୋହଲି ୬୦ ରନ୍ କରିଥିବା ବେଳେ ଅମ୍ବାତି ରାଇଡୁ ୪୦ ରନ୍‌ କରି ନଟ୍‌ଆଉଟ ଥିଲେ। ଭାରତୀୟ ଦଳ ୪୩ ଓଭରରେ ୩ ୱିକେଟ ହରାଇ ୨୪୫ ରନ୍‌ ସଂଗ୍ରହ କରି ସିରିଜ୍ ହାତେଇବାରେ ସଫଳ ହୋଇଛି।

Comment