ଓଡ଼ିଶାଲାଇଭ୍‌ ବ୍ୟୁରୋ

ରେକର୍ଡ ଭାଙ୍ଗିଲା ସୁନା ଦର। ଭାରତରେ ଆଜିପର୍ଯ୍ୟନ୍ତ ସବୁଠାରୁ ଉଚ୍ଚସ୍ତରରେ ପହଞ୍ଚିଲା ସୁନା ଦର। ରାଜଧାନୀ ଦିଲ୍ଲୀରେ ଗତ ୨୩ ଜାନୁଆରିରେ ସୁନା ଦର ୧୦ ଗ୍ରାମ ପିଛା  ୩୪,୪୭୩ ଟଙ୍କା (୨୪ କ୍ୟାରେଟ) ରହିଥିବା ବେଳେ ଗୁରୁବାର ତାହା ୩୪,୩୩୦ରେ ପହଞ୍ଚିଛି। ଭାରତୀୟ ମୁଦ୍ରାର ଦୁର୍ବଳତା ଏବଂ ବିବାହରେ ସୁନାର ଡିମାଣ୍ଡ ଯୋଗୁଁ ବର୍ତ୍ତମାନ ଦିନରେ ସୁନାର ଚାହିଦା ବଢ଼ିଛି।

ଆନ୍ତର୍ଜାତିକ ବଜାରରେ ମଧ୍ୟ ସୁନା ଦର ବଢ଼ିଛି। ଲଣ୍ଡନ ଏକ୍ସଜେଞ୍ଜ୍‌ରେ ସୁନାର ଦର ଆଉନ୍ସ ପିଛା ୧୩୦୦ ଡଲାର ରହିଛି। ବର୍ତ୍ତମାନ ସମୟରେ ବିଶ୍ୱର ଅନେକ ଦେଶର ଷ୍ଟକ ବଜାରରେ ଅସ୍ଥିରତା ଲାଗି ରହିଛି। ଏଭଳି କ୍ଷେତ୍ରରେ ଭଲ ରିଟର୍ଣ୍ଣ ପାଇଁ ନିବେଶକମାନେ ସୁନାରେ ଇନ୍‌ଭେଷ୍ଟ କରିବାକୁ ଆଗ୍ରହି ହେଉଛନ୍ତି। ଏହା ସୁନା ଦର କମିବାର ଏକ କାରଣ ହୋଇପାରେ।

ଡଲାର ତୁଳନାରେ ଟଙ୍କାର ଦୁର୍ବଳତା, ଭାରତରେ ସୁନା ଦର ବୃଦ୍ଧିର ଅନ୍ୟ କାରଣ ବୋଲି କୁହାଯାଉଛି।

Comment