ଓଡ଼ିଶାଲାଇଭ୍ ବ୍ୟୁରୋ

ଏସିଆନ ସୁଟିଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତି ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି ଶ୍ରୀୟଙ୍କା ଷଡ଼ଙ୍ଗୀ।

ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ। ଦକ୍ଷିଣ କୋରିଆର ଚାଙ୍ଗୱନରେ ଅନୁଷ୍ଠିତ ଏସିଆନ ସୁଟିଂ ଚାମ୍ପିୟନସିପରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପ୍ରତିଯୋଗିତାର ୫୦ ମିଟର ରାଇଫଲ ୩ ପୋଜିସନ ଦଳଗତ ଇଭେଣ୍ଟରେ ତାଙ୍କୁ ଏହି ସଫଳତା ମିଳିଛି। ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କ ସମେତ ଆସି ଚୌକଶୀ ଏବଂ ଆୟୁସୀ ପୋଦ୍ଦାର ଏହି ଦଳରେ ସାମିଲ ଥିଲେ। ଏଥିସହ ସେମାନେ ୨୦୨୪ରେ ପ୍ୟାରିସରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଏସିଆନ ସୁଟିଂ ଚାମ୍ପିୟନସିପର ପ୍ରଥମ ରାଉଣ୍ଡରେ ୧୦.୯ ପଏଣ୍ଟ ସ୍କୋର କରି ଭଲ ପ୍ରଦର୍ଶନ କରିଥିଲେ ଶ୍ରୀୟଙ୍କା। କିନ୍ତୁ ଫାଇନାଲ ରାଉଣ୍ଡରେ ସେ ଚତୁର୍ଥ ସ୍ଥାନରେ ରହିଯାଇଥିଲେ। ତେବେ ଭଲ ପ୍ରଦର୍ଶନକୁ ନେଇ କୋଟା ଭିତ୍ତିରେ ତାଙ୍କୁ ଅଲିମ୍ପିକ୍ସ ପାଇଁ ମନୋନୀତ କରାଯାଇଛି। ଏହାକୁ ନେଇ ଭାରତୀୟ ରାଇଫଲ ସୁଟିଂ ଆସୋସିଏସନ ଶ୍ରୀୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଛି।

ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ପରେ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, “୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ଅଭିନନ୍ଦନ। କ୍ରୀଡ଼ା କ୍ୟାରିୟରରେ ସେ ଆହୁରି ସଫଳତା ହାସଲ କରନ୍ତୁ ଏବଂ ଦେଶକୁ ଗର୍ବିତ କରନ୍ତୁ। ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭେଚ୍ଛା”।   

Tags: #Shriyanka #Paris2024 #AsianShootingChampionship #India #Odisha #Sports

LEAVE A REPLY

Please enter your comment!
Please enter your name here