ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେ’ ୧୨ରେ ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ, ସରକାରୀ, ବେସରକାରୀ କଲେଜରେ ପାଠ୍ୟକ୍ରମଗୁଡ଼ିକରେ ନାମଲେଖା ପାଇଁ ଓଜେଇଇ ପକ୍ଷରୁ କାଉନସେଲିଂ କରାଯିବ।

ଆଗ୍ରହୀ ଛାତ୍ରଛାତ୍ରୀମାନେ ଜାନୁଆରି ୩୦ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଜରିଆରେ ଆବେଦନ କରିପାରିବେ। ଅନ୍‌ଲାଇନ୍‌ରେ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ୍‌ www.ojee.nic.in/ www.odishajee.com ଜରିଆରେ ଆବେଦନ କରିପାରିବେ। ମାର୍ଚ୍ଚ ୨୫ ସୁଦ୍ଧା ଆବେଦନକାରୀ ଛାତ୍ରଛାତ୍ରୀ ଫି ଦାଖଲ କରିପାରିବେ। ଏପ୍ରିଲ ୨୦ ତାରିଖଠାରୁ ପରୀକ୍ଷାର୍ଥୀମାନେ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ। ରାଙ୍କ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ।

ବି.ଫାର୍ମା, ଏମ୍‌ ଟେକ୍‌, ଏମ୍‌ ଆର୍କ, ଏମ୍‌ ଟେକ୍‌(ପାର୍ଟ ଟାଇମ୍‌), ଏମ ଫାର୍ମା, ଏମ୍‌ ପ୍ଲାନ୍‌, ଏମ୍‌ସିଏ, ଏମ୍‌ବିଏ, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ବି ଟେକ୍‌, ବି ଫାର୍ମା, ଏମ୍‌ସିଏ ପାଠ୍ୟକ୍ରମରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ନାମ ଲେଖାଇଥାନ୍ତି। ପିଜି ପାଠ୍ୟକ୍ରମ ଯଥା ଏମ୍‌ବିଏ, ଏମ୍‌ସିଏ, ଲାଟେରାଲଏଣ୍ଟ୍ରି ଏମ୍‌ସିଏ, ଏମ୍‌ ଫାର୍ମା, ଏମ୍‌ ଆର୍କ, ଏମ୍‌ ପ୍ଲାନ୍‌ ଓ ଏମ୍‌ ଟେକ୍‌ ପାଠ୍ୟକ୍ରମ ଲାଗି କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ଅନୁଷ୍ଠିତ ହେବ।

Comment