ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

“ଗତ ୧୦ବର୍ଷରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଛି। ଚାଷୀଙ୍କୁ ୧ପ୍ରତିଶତ ସୁଧରେ ଋଣ ଯୋଗାଇ ଦିଆଯଆଇଛି। ଆସନ୍ତା ଏପ୍ରିଲ ସୁଦ୍ଧା ୦ପ୍ରତିଶତ ସୁଧରେ ଋଣ ଦିଆଯିବ।”

ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାରେ ବଜେଟ ଅଧିବେଶନ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟପାଳ ଗଣେଶୀ ଲାଲ୍‌ ଅଭିଭାଷଣ ରଖିଛନ୍ତି। ଅଭିଭାଷଣରେ ରାଜ୍ୟପାଳ ରାଜ୍ୟସରକାରଙ୍କ ସଫଳତା ବଖାଣିଛନ୍ତି।

୧୨ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ଅଧିବେଶନରେ ୨୦୧୯-୨୦ ଆର୍ଥିକବର୍ଷର ପ୍ରଥମ ଚାରିମାସ ପାଇଁ କାମଚଳା ବଜେଟ ଉପସ୍ଥାପନ କରାଯିବ।

ରାଜ୍ୟପାଳ ଦିବଙ୍ଗତ ରାଜନେତା ଓ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଅଭିଭାଷଣ ଆରମ୍ଭ କରିଥିଲେ।

ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି, ”ମହାନଦୀ ଓ ପୋଲାଭରମ ପ୍ରସଙ୍ଗକୁ ଗୁରୁତର ସହ ନିଆଯାଇଛି। ଗ୍ରାମୀଣ ଗୃହ ନିର୍ମାଣରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇଛି। ଗତ ୪ବର୍ଷ ମଧ୍ୟରେ ରାଜ୍ୟରେ ୪ ନିୟୁତ ଘର ନିର୍ମାଣ ହୋଇଛି।”

“ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ସରକାରଙ୍କର ଏକ ଉତ୍କଷ୍ଟ ଯୋଜନା। ଏହି କାର୍ଯ୍ୟକ୍ରମ ୩୧୪ ବ୍ଲକରେ ଶେଷ ହୋଇଛି। ସ୍ମାର୍ଟ ସିଟି ଚାଲେଞ୍ଜରେ ଭୁବନେଶ୍ୱର ଶ୍ରେଷ୍ଠ ହୋଇଛି। ମୋ ସରକାର ଚାଷୀଙ୍କୁ ୬୫ହଜାର ମୋବାଇଲ ଦେଇଛି। ରାଜ୍ୟରେ କୃଷି ଉତ୍ପାଦନ ବଢିଛି, ୫ଥର କୃଷି କର୍ମଣ ପୁରସ୍କାର ମିଳିଛି।”

“ଗତ ୧୦ବର୍ଷରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଛି। ଚାଷୀଙ୍କୁ ୧ପ୍ରତିଶତ ସୁଧରେ ଋଣ ଯୋଗାଇ ଦିଆଯଆଇଛି। ଆସନ୍ତା ଏପ୍ରିଲ ସୁଦ୍ଧା ୦ ପ୍ରତିଶତ ସୁଧରେ ଋଣ ଦିଆଯିବ।”

“ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଉଦାହରଣ ସାଜିଛି। ଆର୍ଥିକ ଦେବାଳିଆରୁ ଆର୍ଥିକ ସ୍ୱଛଳ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା।”

“ଚାଷୀଙ୍କ ସୁବିଧା ଲାଗି ମୋ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି। ଚାଷୀ ଓ ଭାଗଚାଷୀଙ୍କୁ ମିଳୁଛି କାଳିଆ ସହାୟତା। ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁବିଧା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଲାଗୁ ହୋଇଛି।”

“ହିତାଧିକାରୀଙ୍କ ପ୍ରାପ୍ୟ ପ୍ରଦାନ ସୁନିଶ୍ଚିତ କରିବାକୁ ମୋ ସରକାର ପିଠା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଇଛି।”

ସେପଟେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିଛନ୍ତି।

Comment