ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ବିଜେଡ଼ିରେ ମିଶିବେ ପୂର୍ବତନ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହ। ନିଜ ସମର୍ଥକଙ୍କ ସହ ଯୋଗେଶ ଆସନ୍ତା ଫେବ୍ରୁଆରି ୬ରେ ବିଜେଡ଼ିରେ ଯୋଗଦେବେ। ଦଳ ବିରୋଧୀ ମନ୍ତବ୍ୟ ଦେବା ସହ ବିଜେଡିକୁ ପ୍ରଶଂସା କରିଥିବାରୁ ଗତ ଜାନୁଆରି ୧୭ରେ ଯୋଗେଶ କଂଗ୍ରେସ ଦଳରୁ ନିଲମ୍ବନ ହୋଇଥିଲେ। ଏହା ପରେ ଦଳ ଓ ପଦରୁ ଇସ୍ତଫା ଦେଲେ ଯୋଗେଶ। ଏହା ପରେ ତାଙ୍କ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା।

ଯୋଗେଶ ସିଂହ ୨୦୧୪ରେ କଂଗ୍ରେସ ଟିକେଟରେ ସୁନ୍ଦରଗଡ଼ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଗତ କିଛିଦିନ ହେଲା ସେ ଦଳ ବିରୋଧୀ ମନ୍ତବ୍ୟ ଦେବା ସହ ବିଜେଡିକୁ ପ୍ରଶଂସା କରିଥିଲେ। ରାହୁଲଙ୍କ ସଭାକୁ ଯିବେନି ବୋଲି ଯୋଗେଶ କହିଥିଲେ।
ଏଆଇସିସିର ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଯୋଗେଶଙ୍କୁ ନିଲମ୍ବନ କରିଥିଲା। ବର୍ତ୍ତମାନ ଯୋଗେଶ ସିଂହ ନିଜ ସମର୍ଥକଙ୍କ ସହ ଫେବ୍ରୁଆରି ୬ରେ ବିଜେଡ଼ିରେ ଯୋଗଦେବେ।


















