ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ଫେବ୍ରୁଆରି ୮ରୁ ୧୦ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଭୂମଧ୍ୟସାଗରୀୟ ଅଞ୍ଚଳରେ ହୋଇଥିବା ଘୂର୍ଣ୍ଣିଝଡ଼ ବା ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ଯୋଗୁଁ ରାଜ୍ୟର ୧୨ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି।

ଫେବ୍ରୁଆରି ୮ ଓ ୯ରେ ରାଜ୍ୟର ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅଳ୍ପ ବର୍ଷ ହେବା ସହ କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ବର୍ତ୍ତମାନ ରାଜ୍ୟରେ ଦିନବେଳା ତାପମାତ୍ରା ୩୦ ଡିଗ୍ରୀ ଛୁଉଁଥିବା ବେଳେ ରାତିରେ ତାପମାତ୍ରାରେ ହ୍ରାସ ଘଟୁଛି। ଆସନ୍ତା ଫେବ୍ରୁଆରି ୭ ଯାଏଁ ଏଭଳି ପାଣିପାଗ ସାରା ରାଜ୍ୟରେ ଜାରି ରହିବ। ଏହା ପରେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ଯୋଗୁଁ ୮ରୁ ୧୦ ଯାଏଁ ଉଭୟ ଦିନ ଓ ରାତିରେ ଥଣ୍ଡା ଅନୂଭୂତ ହେବ। ପୁଣି ଫେବ୍ରୁଆରି ୧୧ରୁ ରାଜ୍ୟରେ ଥଣ୍ଡା ପ୍ରଭାବ ଲେଉଟିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Comment