ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରତା ଦେଖାଯାଉଥିବା ଲୋକଙ୍କ ଆଖିରେ କଥା କହିଲା ଭଳି ଚାହାଣି ଥାଏ। କିନ୍ତୁ ସୁନ୍ଦରତାର ବାଖ୍ୟା ଦିନକୁ ଦିନ ବଦଳିବାରେ ଲାଗିଛି। ପୂର୍ବରୁ ଯିଏ ହୃଦୟ ଏବଂ ମନ ଦେଖି ଭଲପାଉଥିଲେ ସେମାନେ ଆଜି ଶରୀରର ସୁନ୍ଦରତା ଖୋଜିଥାଆନ୍ତି। ଏମିତିରେ ହସିନା ରାଣୀଙ୍କର କାହାଣୀ ବିଷୟରେ ଜାଣିବା ଜରୁରୀ ଅଟେ।

ଯାହାଙ୍କର ସୁନ୍ଦରତାରେ ଏତେ ଲୋକ ଆକର୍ଷିତ ହେଉଥିଲେ ଯେ ତାଙ୍କୁ ନିଜର କରିବା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇଯାଉଥିଲେ। ହସିନା ମଲ୍ଲିକା ନ ମିଳିବାରୁ ୧୩ ଜଣ ପୁରୁଷ ଆତ୍ମହତ୍ୟା କରିଥିଲେ। ଜାଣନ୍ତୁ କିଏ ଥିଲେ ସେ ରାଣୀ ଏବଂ କାହା ସହିତ ତାଙ୍କର ବିବାହ ହୋଇଥିଲା।

କଜର୍‌ର ଏହି ରାଣୀଙ୍କୁ ସୁନ୍ଦରତାର ଦେବୀ ବୋଲି ମାନୁଥିଲେ। ଅବଶ୍ୟ ସେ ଆଦୌ ଆକର୍ଷକ ନଥିଲେ। ରାଜକୁମାରୀଙ୍କ ପରିବାର ଧନୀ ଥିଲେ ଏବଂ ସେ ଦେଖିବାକୁ ଗୋରୀ ଥିଲେ। ତାଙ୍କ ପରିବାରରେ ବହୁତ ଅଧିକ ଧନ ସମ୍ପତ୍ତି ଥିଲା। ଏହାଛଡା ସେ ସମୟରେ ରାଜକୁମାରୀ ଇରାକରେ ସବୁଠାରୁ ଶିକ୍ଷିତ ମହିଳାଙ୍କ ମଧ୍ୟରୁ ଜଣେ ଥିଲେ।

ତେହେରାନରେ ୧୮୮୩ ମସିହାରେ ଜନ୍ମଗ୍ରହଣ କରିଥିବା କଜର୍‌ର ରାଜକୁମାରୀ ହସିନାଙ୍କୁ ୧୪୫ଜଣ ପୁରୁଷ ତାଙ୍କୁ ବିବାହ କରିବା ପାଇଁ ହାତ ମାଗିଥିଲେ। ଅବଶ୍ୟ କିଛି ପୁରୁଷ ଏହାକୁ ବ୍ୟକ୍ତିଗତ ରୂପରେ ନେଇଥିଲେ ଏବଂ ରାଜକୁମାରୀ ମନା କରିବା ପରେ ୧୩ଜଣ ପୁରୁଷ ଆତ୍ମହତ୍ୟା କରିଦେଇଥିଲେ।

ଶେଷରେ ରାଜକୁମାରୀ ତାଙ୍କର ପ୍ରେମିକଙ୍କୁ ବିବାହ କରିଥିଲେ। ତାଙ୍କର ୨ ପୁଅ ଏବଂ ୨ ଝିଅ ହେବାପରେ ଛାଡ଼ପତ୍ର ମଧ୍ୟ ହୋଇଯାଇଥିଲା।

Comment