ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ପ୍ରଭାବରେ ବିଭିନ୍ନ କେଶ ସମସ୍ୟା ଦେଖା ଦେଉଛି। ଏହାସହ ପ୍ରଦୂଷଣ ଯୋଗୁଁ କେଶ ଝଡ଼ି ପତଳା ମଧ୍ୟ ହୋଇଯାଉଛି। ଏଭଳି ସମସ୍ୟା ପାଇଁ ସାମ୍ପୁରେ ପରିବର୍ତ୍ତନ ଆଣନ୍ତୁ।

କେଶ ପତଳା ହୋଇଯାଇଥିଲେ, କୌଣସି ପ୍ରକାର ହେୟାର୍ ଷ୍ଟାଇଲ୍ ବି କରି ହୁଏ ନାହିଁ। ଏଥିପାଇଁ ବ୍ୟବହାର କରୁଥିବା ସାମ୍ପୁକୁ ବଦଳାନ୍ତୁ। ସାମ୍ପୁ ବି କେଶ ଝଡ଼ିବାର କାରଣ ହୋଇପାରେ। ଭଲ୍ୟୁମ୍ ଆଣ୍ଡ୍ କ୍ଲାରିଫାଇଙ୍ଗ୍ ସାମ୍ପୁ ବ୍ୟବହାର କରନ୍ତୁ। ଯାହା କେଶକୁ ଘନ ଗହଳିଆ କରିବ। ଯେକୌଣସି ଡ୍ରାଏ ସାମ୍ପୁ ବି ବ୍ୟବହାର କରିପାରିବେ, ଯାହା କେଶର ତେଲିଆ ଅଂଶକୁ ଟାଣିନେବ। ଏବଂ କେଶ ସଫା କଲା ଭଳି ଲାଗିବ।

କଣ୍ଡିସନରକୁ କେଶ ମୂଳରେ ନ ଲଗାଇ କେଶ ତଳ ଭାଗରେ ଭଲ ଭାବେ ଲଗାନ୍ତୁ।

କେଶ ଧୋଇବା ପରେ ହେୟାର୍ ସେରମ୍ ବ୍ୟବହାର କରନ୍ତୁ।

ପତଳା କେଶ ଓଦା ରହିଲେ ବେଶୀ ପତଳା ଦିଶେ। ତେଣୁ ଧୋଇବା ପରେ ପବନରେ ଟିକେ ଶୁଖାଇ ତା ପରେ ବ୍ଲୋ ଡାୟର୍ ମାରନ୍ତୁ।

ଛୋଟ ମୁହଁକୁ ପତଳା କେଶ ହେଲେ ଆହୁରି ଛୋଟ ଦେଖାଯାଏ। ତେଣୁ ସାମନା କେଶକୁ ରୋଲର୍ ଲଗାଇ ୧୫ରୁ ୨୦ ମିନିଟ୍ ରଖନ୍ତୁ। ଫଳରେ ଏହା ସାମ୍ନା କେଶକୁ କର୍ଲି ଲୁକ୍ ଦେବ।

Comment