ଓଡ଼ିଶାଲାଇଭ୍ ବ୍ୟୁରୋ

କେଶ ସମସ୍ୟାରୁ ମୁକ୍ତି ପାଇଁ ଲୋକମାନେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ହେୟାର ମାସ୍କ ବ୍ୟବହାର କରିଥାନ୍ତି। ତେବେ ଆପଣ ଚାହିଁଲେ ସାଗୁ ଦାନାରେ ମଧ୍ୟ ହେୟାର ମାସ୍କ ବନେଇପାରିବେ। ଏହି ମାସ୍କ ଲଗାଇଲେ ସମସ୍ତ ପ୍ରକାର କେଶ ସମସ୍ୟା ଦୂର ହୋଇଯିବ ଏବଂ ଆପଣ ସୁସ୍ଥ ଏବଂ ଆକର୍ଷଣୀୟ କେଶ ପାଇପାରିବେ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ୪ ବଡ଼ ଚାମଚ ସାଗୁ ଦାନା ନିଅନ୍ତୁ। ଏହାକୁ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ। ଏବେ ଗୋଟିଏ ପାତ୍ରରେ ଗୋଟେ ଗ୍ଲାସ୍ ପାଣି ଫୁଟାନ୍ତୁ। ପାଣି ଫୁଟିଗଲେ ସେଥିରେ ସାଗୁ ଦାନା ପାଉଡର ପକାଇଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ଗୋଟିଏ ପାତ୍ରରେ କାଢ଼ିଦିଅନ୍ତୁ।ଏହା ଥଣ୍ଡା ହେବା ପରେ ସେଥିରେ ୨ ବଡ଼ ଚାମଚ ଦହି, ୩ ବଡ଼ ଚାମଚ ଆଲୋବେରା ଜେଲ୍ ମିଶାଇ ଦିଅନ୍ତୁ। ଏହି ପେଷ୍ଟକୁ କେଶରେ ଲଗାଇ ୪୫ ମିନିଟ୍ ପରେ ଭଲ ଭାବେ ଧୋଇ ନିଅନ୍ତୁ।

ତେବେ ଧ୍ୟାନ ରଖିବେ, ଏହି ପେଷ୍ଟ ଲଗାଇବା ପୂର୍ବରୁ କେଶରେ ତେଲ ଲାଗିନଥିବା ଦରକାର। କେଶରେ ତେଲ ଲାଗିଥିଲେ ଏହି ପେଷ୍ଟର ସୁଫଳ ମିଳିପାରିବନି। ଏଥିସହ ପେଷ୍ଟ ଲଗାଇବା ପରେ ଯେତେବେଳେ କେଶ ଧୋଇବେ ସେତେବେଳେ ସାମ୍ପୁ ବ୍ୟବହାର କରିବେ ନାହିଁ।haircare-1ଏହି ପେଷ୍ଟ ଲଗାଇବା ପୂର୍ବରୁ କେଶକୁ ସାମ୍ପୁ ଲଗାଇ ଧୋଇନେବେ। କେଶ ଭଲ ଭାବେ ଶୁଖିବା ପରେ ଏହି ପେଷ୍ଟ ଲଗାଇବେ ଏବଂ ପରେ ଖାଲି ପାଣିରେ ଧୋଇଦେବେ।

ସାଗୁ ଦାନା ହେୟାର ମାସ୍କ ଲଗାଇଲେ ରୁକ୍ଷ କେଶ, ଦୋମୁହାଁ କେଶ ସମସ୍ୟା ଦୂର ହୋଇଥାଏ। ଏଥିସହ କେଶ ମୁଲାୟମ ମଧ୍ୟ ହୋଇଥାଏ।

Comment