ଓଡ଼ିଶାଲାଇଭ୍ ବ୍ୟୁରୋ

ଅଧିକାଂଶ ମହିଳା କେଶ ରଙ୍ଗ କରିବା ପାଇଁ ମେହେନ୍ଦି ବ୍ୟବହାର କରନ୍ତି। କିନ୍ତୁ ଶୀତଦିନେ ଅତ୍ୟଧିକ ଥଣ୍ଡା କାରଣରୁ ମେହେନ୍ଦି ଲଗାଇବାରେ ଅସୁବିଧା ହୁଏ। ମେହେନ୍ଦି ଲଗାଇ ଦୁଇ ଘଣ୍ଟା ରଖିବା ପରେ ଧୋଇବାକୁ ପଡ଼ୁଥିବାରୁ ଶୀତଦିନେ ଅନେକ ମହିଳା ମେହେନ୍ଦି ଲଗାନ୍ତିନାହିଁ। ତେବେ ଯଦି ଆପଣ ମେହେନ୍ଦି ନ କରି ଅନ୍ୟ ଉପାୟରେ କେଶ ରଙ୍ଗ କରିବାକୁ ଚାହୁଁଛନ୍ତି ତେବେ ଏହି ସବୁ ଟିପ୍ସ ବ୍ୟବହାର କରନ୍ତୁ।

ହେୟାର ମସ୍କାରା

ଶୀତଦିନେ କେଶ ରଙ୍ଗ କରିବାକୁ ହେୟାର ମସ୍କାରା ବେଶ୍ ସହାୟକ ହୋଇଥାଏ। ଏହି ମସ୍କାରାକୁ କେଶରେ ଲଗାଇବା ଓ ବାହାର କରିବା ସହଜ ହୋଇଥାଏ। ହେୟାର ମସ୍କାରା କେଶ ଧୋଇବା ପରେ ହିଁ ଛାଡ଼ିଥାଏ। ତେଣୁ ଆପଣ ନିଜ ସୁବିଧା ଅନୁସାରେ ଏହାକୁ ବ୍ୟବହାର କରିପାରିବେ ଓ କିଛି ସମୟ ପରେ ଧୋଇପାରିବେ।ହର୍ବାଲ ହେୟାର କଲର

ଶୀତଦିନେ ଧଳା କେଶକୁ ଲୁଚାଇବା ପାଇଁ ଆପଣ ମେହେନ୍ଦି ଜାଗାରେ ହର୍ବାଲ ହେୟାର କଲର ବ୍ୟବହାର କରିପାରିବେ। ହେୟାର କଲର ଲଗାଇବାର ଅଧ ଘଣ୍ଟା ପରେ ଆପଣ କେଶ ଧୋଇପାରିବେ।

ହର୍ବାଲ ଟଚ୍ ଅପ୍

କଳା ଓ ଧୂସର ରଙ୍ଗର କେଶ ପାଇଁ ଆପଣ ହର୍ବାଲ ହେୟାର ଟଚ୍ ଅପ୍ ବ୍ୟବହାର କରିପାରିବେ। ଏହା ପ୍ରାକୃତିକ ହୋଇଥିବାରୁ କେଶ ଉପରେ କୌଣସି କୁପ୍ରଭାବ ପକାଇନଥାଏ।ନାଚୁରାଲ ହେୟାର ମାସ୍କ

ଯଦି ଆପଣ ଶୀତଦିନେ ମେହେନ୍ଦି କରିବାକୁ ଚାହୁଁନାହାନ୍ତି ତେବେ ନାଚୁରାଲ ହେୟାର ମାସ୍କ ବ୍ୟବହାର କରିପାରିବେ। ଯଦି ଆପଣ ନିଜ କେଶକୁ ନାଲି କରିବାକୁ ଚାହୁଁଛନ୍ତି ତେବେ ଆପଣ ବିଟ୍ ରସ ଲଗାଇପାରିବେ।

Comment