ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ଲୋକପ୍ରିୟ ସିଙ୍ଗର ନେହା କକ୍‌ଡ ଗତ କିଛିଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ। ନେହା ଇଣ୍ଡିୟନ ଆଇଡଲ ସେଟରେ ନିଜ ବ୍ରେକଅପ୍‌ ବାବଦରେ କହିଥିଲେ। ଏହାପରେ ନେହା ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ଫ୍ୟାନ୍‌ଙ୍କ ସହିତ ବ୍ରେକଅପ୍ କଥା ସେୟାର କରିଥିଲେ। ଏବେ ନେହାଙ୍କ ଫ୍ୟାନ୍‌ଙ୍କ ପାଇଁ ଭଲ ଖବର କି ସେ ଏହି ସବୁରୁ ବାହାରିବାକୁ ଚେଷ୍ଟା କରୁଛନ୍ତି।

 ନେହା ନିଜ ଇନଷ୍ଟାଗ୍ରାମ୍‌ ପେଜ୍‌ରେ ନୂଆ ଫଟୋ ସେୟାର କରି ନିଜ ମନ କଥା ସେୟାର କରିଛନ୍ତି। ନେହା ଏବେ ସେହି ଦୁଃଖରୁ ବାହାରିବାକୁ ଚେଷ୍ଟା ବି କରୁଛନ୍ତି। ନେହା ଲେଖିଛନ୍ତି,”ଜଣେ ମହିଳାଙ୍କ ମୁହଁରେ ସେତେବେଳେ ଚମକ ଆସିଥାଏ ଯେତେବେଳେ ତାଙ୍କ ସହ ଭଲ ବ୍ୟବହାର କରାଯାଇଥାଏ। ଏହା ସହିତ ଲାଇଫରେ ପଜିଟିଭ୍‌ ରହିବା ଆବଶ୍ୟକ ବୋଲି ନେହା କହିଛନ୍ତି।” ନେହା ତାଙ୍କ ଫ୍ୟାନ ମାନଙ୍କୁ ଧନ୍ୟବାଦ ବି ଜଣାଇଛନ୍ତି।

 

View this post on Instagram

 

Women Glow Differently When They are Treated Right and Loved Properly! ♥️? #PositiveVibesOnly ?? #Happy #NehaKakkar

A post shared by Neha Kakkar (@nehakakkar) on

 କିଛିଦିନ ପୂର୍ବରୁ ବୟଫ୍ରେଣ୍ଡ ହିମାଂଶ୍‌ କୋହଲିଙ୍କ ସହିତ ତାଙ୍କ ବ୍ରେକଅପ୍‌ ହୋଇଥିଲା। ନେହା ଏହି ଦୁଃଖକୁ ଇନଷ୍ଟାଗ୍ରାମା୍‌ରେ ଫ୍ୟାନ୍‌ ମାନଙ୍କ ସହ ସେୟାର ବି କରିଥିଲେ। ଯାହ ପରବର୍ତ୍ତି ସମୟରେ ଡିଲିଟ୍‌ କରିଦେଇଥିଲେ। ଗତ ୪ବର୍ଷ ଉଭୟ ରେଲସନସିପ୍‌ରେ ଥିଲେ। ତେବେ ବ୍ରେକଅପ୍‌ ନେଇ ହିମାଂଶଙ୍କ ତରଫରୁ ଏ ଯାଏଁ କିଛି କୁହାଯାଇନାହିଁ।

Comment