ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ୍‌ ଅଭିନେତା ନିକଟରେ ନିଜର ୬୨ତମ ଜନ୍ମଦିନ ପାଳନ କରିଛନ୍ତି। ଏହାର ଠିକ୍‌ କିଛିଦିନ ପରେ ଅନିଲ କପୁରଙ୍କ ବୟସକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଅନିଲଙ୍କ ଆଗାମୀ ଫିଲ୍ମ ମଲଙ୍ଗ ଖୁବଶୀଘ୍ର ରିଲିଜ୍‌ ହେବ। ଏନେଇ ଫିଲ୍ମର ପୂରାଟିମ୍‌ ଟୁଇଟର ପେଜ୍‌ରେ ସୂଚନା ଦେଇଛନ୍ତି। ଯେଉଁଥିରେ ଫିଲ୍ମର ଷ୍ଟାରକାଷ୍ଟ ମାନେ ଏକ ଫଟୋ ଶେୟାର କରିଛନ୍ତି।

ଏହି ଫଟୋରେ ଅନିଲ କପୁର ବି ନଜର ଆସିଥିଲେ। ଯାହାକୁ ଦେଖି ଫ୍ୟାନ ମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି। ଜଣେ ଫ୍ୟାନ ଲେଖିଛନ୍ତି, “ମୁଁ ଆଷ୍ଚର୍ଯ୍ୟ ଯେ ୬୧ ବର୍ଷ ବୟସରେ କେମିତି ଅନିଲ ୨୬ବର୍ଷ ପରି ଦେଖାଯାଉଛନ୍ତି।”

ଜଣେ ୟୁଜର୍ସ ଲେଖିଛନ୍ତି ଟାଇଗରଙ୍କଠୁ ଅଧିକ ୟଙ୍ଗ ଲାଗୁଛନ୍ତି ଅନିଲ। ନିକଟରେ ଅନିଲ କପୁରଙ୍କ ଫିଲ୍ମ ଟୋଟାଲ ଧମାଲ ରିଲିଜ୍‌ ହୋଇଥିଲା। ଯାହା ବ୍ଲକ୍ସଅଫିସ୍‌ରେ ୧୦୦କୋଟି କ୍ଲବରେ ସାମିଲ ହୋଇଛି।

Comment