ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଲୋକପ୍ରିୟ ଅଭିନେତା ଜନ ଆବ୍ରାହମ ଓ ଇମରାନ୍ ହାସିମ୍ ଖୁବ୍ ଶୀଘ୍ର ବଡପରଦାରେ ଏକାଠି ନଜର ଆସିବେ। ଉଭୟ, ଫିଲ୍ମ ନିର୍ମାତା ସଂଜୟ ଗୁପ୍ତାଙ୍କ ଆଗାମୀ ଫିଲ୍ମ ‘ଗ୍ୟାଙ୍ଗଷ୍ଟାର ଡ୍ରାମା’ ଫିଲ୍ମରେ ଅଭିନୟ କରିବେ।

ନିର୍ମାତା ଏକ ସାକ୍ଷାତକାରରେ ଏହାର ଖୁଲାସା କରିବା ସହିତ କହିଛନ୍ତି କି, “ଜନଙ୍କ ସହିତ ଏହା ମୋର ତୃତୀୟ ଫିଲ୍ମ ଓ ଇମରାନଙ୍କ ସହିତ ପ୍ରଥମ ଫିଲ୍ମ ଯେଉଁଥିପାଇଁ ମୁଁ ଉତ୍ସାହିତ ଅଛି ଏହି ଫିଲ୍ମକୁ ନେଇ।”

ନିର୍ଦ୍ଦେଶକ ଜନଙ୍କ ସହିତ ‘ସୁଟଆଉଟ୍ ଏଟ ୱଡାଲା’ ଓ ‘ଜିନ୍ଦା’ ଭଳି ଫିଲ୍ଲରେ କାମ କରିଛନ୍ତି। ତେବେ ଫିଲ୍ମକୁ ନେଇ ଅଧିକ କିଛି ରିଭିଲ୍ କରିନାହାନ୍ତି ଫିଲ୍ମ ନିର୍ଦ୍ଦେଶକ। ଗ୍ୟାଙ୍ଗଷ୍ଟାର ଆଧାରିତ ଏହି ଫିଲ୍ମକୁ ନେଇ ଉଭୟ ଜନ ଓ ଇମରାନ ବି ଉତ୍ସାହିତ ଅଛନ୍ତି।

ଜନ ନିକଟରେ ଏକ ରୋମାଞ୍ଚକର ଫିଲ୍ମ ‘ର’ରେ ଏକ ଗୁପ୍ତଚର ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିବା ସହ ଏହା ବକ୍ସଅଫିସରେ ଭଲ ବ୍ୟବସାୟ କରିଥିଲା। ଏହାସହିତ ଏହି ଫିଲ୍ମକୁ ନେଇ ସିନେ ସମୀକ୍ଷକ ଭଲ ରିଭ୍ୟୁ ବି ଦେଇଥିଲେ। ଅନ୍ୟପଟେ ଆମେ ଯଦି ଇମରାନ ହାସିମଙ୍କ ବାବଦରେ କଥାହେବା ତେବେ ନିକଟରେ ତାଙ୍କର ଫିଲ୍ମ ‘ହ୍ବାଇ ଚିଟ୍ ଇଣ୍ଡିଆ’ ସିନେମାହଲକୁ ଆସିଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ସେତେ ଭଲ କଲେକସନ କରିନଥିଲେ ସୁଦ୍ଧା ଏହାର ଗୀତ ଓ କାହାଣୀକୁ ଅନେକ ତାରିଫ ମିଳିଥିଲା।

Comment