ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅନେକ ଶାହିଦ କପୁର ଓ ମୀରା ରାଜପୁତଙ୍କୁ ବଲିଉଡର ନମ୍ବର ଓ୍ୱାନ ଯୋଡ଼ି ବୋଲି କହନ୍ତି। କାରଣ ଉଭୟ ନିଜ ପରିବାର ସହିତ ଅଧିକ ସମୟ ବିତାଇଥା’ନ୍ତି। ପରିବାର ସହିତ ସମୟ ବିତାଇବା ପାଇଁ ଉଭୟ କିଛି ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ।

ଏବେ ଉଭୟ ଦୁଇ ପିଲାଙ୍କ ସହ ଖରା ଛୁଟି ବିତାଉଛନ୍ତି। ପୂରା ପରିବାର ଏବେ ଫୁକେଟରେ ଅଛନ୍ତି। ସୋସିଆଲ ମିଡିଆରେ ସକ୍ରିୟ ଥିବା ଶାହିଦ ଓ ମୀରା ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଏହି ସୂଚନା ଦେଇଛନ୍ତି।

ସେପଟେ ଶାହିଦ କପୁରଙ୍କ ଅଭିନୀତ ଫିଲ୍ମ କବୀର ସିଂହର ଟ୍ରେଲର ରିଲିଜ ହେବା ପରେ ଫିଲ୍ମର ପ୍ରଥମ ଗୀତ ରିଲିଜ ହୋଇଛି।

ଫିଲ୍ମରେ ଶାହିଦଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ତାଙ୍କ ବିପକ୍ଷରେ ଫିଲ୍ମରେ ଅଭିନୟ କରିଛନ୍ତି ଅଭିନେତ୍ରୀ କାୟରା ଆଡଭାନୀ। ଫିଲ୍ମର ସଫଳତାକୁ ନେଇ ସାହିଦ ଆଶାବାଦୀ ଅଛନ୍ତି।

Comment