ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଲିଜ ହେଲା ବଲିଉଡ ବହୁ ପ୍ରତିକ୍ଷୀତ ଫିଲ୍ମ ‘କବୀର ସିଂ’। ଫିଲ୍ମରେ ବଲିଉଡ ଚକଲେଟ୍‌ ଷ୍ଟାର ସାହିଦ କପୁର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଅଭିନେତ୍ରୀ କିଆରା ଆଡଭାଣୀ। ଶୁକ୍ରବାର ଏହା ରିଲିଜ ହୋଇଥିବା ବେଳେ ଫିଲ୍ମକୁ ନେଇ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ମିଳୁଛି।

ଲଭ୍‌ କେମେଷ୍ଟ୍ରୀ, ରୋମାନ୍ସ ଆଉ ତା’ ସାଙ୍ଗକୁ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ ଫିଲ୍ମ ‘କବୀର ସିଂ’ରେ। ଫିଲ୍ମରେ ସାହିଦ ଓ କିଆରାଙ୍କ ମଧ୍ୟରେ ଜବରଦସ୍ତ ରୋମାନ୍ସ ଦେଖେବାକୁ ମିଳିବ। ତେବେ ପରିସ୍ଥିତି ଏମିତି ହୋଇଛି ଯେ, ଶେଷରେ ଜଣେ ନିଶାଖୋର ଡାକ୍ତର ପାଲଟି ଯାଇଛନ୍ତି ସାହିଦ କପୁର।

ଫିଲ୍ମ ‘କବୀର ସିଂ’ ସାଉଥ୍‌ ଫିଲ୍ମ ‘ଅର୍ଜୁନ୍ ରେଡ୍ଡୀ’ର ଅଫିସିଆଲ ରିମେକ୍‌। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସାଉଥ୍‌ ଡାଇରେକ୍ଟର ସନ୍ଦୀପ ରେଡ୍ଡୀ ଭଙ୍ଗା। ‘କବୀର ସିଂ’ର ସଂଙ୍ଗୀତ ନିର୍ଦ୍ଦେଶନାର ଭାର ସମ୍ଭାଳିଛନ୍ତି ଅମଲା ମଲ୍ଲିକ। ତେବେ ରିଲିଜ ପୂର୍ବରୁ ଫିଲ୍ମ ‘କବୀର ସିଂ’ର ସମସ୍ତ ଗୀତ ସୁପରହିଟ୍‌ ହୋଇସାରିଛି।

Comment