ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡ୍‌ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ର ଟ୍ରେଲର ରିଲିଜ ହୋଇଯାଇଛି। ହାଉସ୍‌ଫୁଲ-୪ ପରେ ଆଉ ଏକ କମେଡି ଡ୍ରାମା ନେଇ ପରଦାକୁ ଆସୁଛନ୍ତି ଅକ୍ଷୟ। ‘ଗୁଡ୍‌ ନ୍ୟୁଜ୍‌’ର ପୋଷ୍ଟର ନିକଟରେ ରିଲିଜ୍‌ ହେବା ପରେ ଫ୍ୟାନ୍‌ମାନଙ୍କ ମଧ୍ୟରେ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ଏବେ ଫିଲ୍ମର ଟ୍ରେଲର ଦେଖିବା ପରେ ଫିଲ୍ମ ସୁପରହିଟ୍‌ ବୋଲି ଫ୍ୟାନ୍‌ମାନେ କହିଛନ୍ତି।

ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ରେ ଦର୍ଶକ ପୁଣିଥରେ ଅକ୍ଷୟ କୁମାର ଏବଂ କରୀନା କପୁରଙ୍କ ଯୋଡ଼ି ଦେଖିବାକୁ ପାଇବେ। ଏହା ପୂର୍ବରୁ ଏହି ଦୁହିଁକୁ ୨୦୦୯ ମସିହାରେ ଫିଲ୍ମ ‘କମ୍ବକ୍ତଇସ୍କ୍‌’ରେ ଦେଖିବାକୁ ମିଳିଥିଲା। ପ୍ରାୟ ୧୦ ବର୍ଷ ପରେ ଗୋଟିଏ ପରଦାରେ ଅକ୍ଷୟ-କରିନା ଯୋଡ଼ି ଦେଖିବାକୁ ମିଳିବ।

ଏହା ବ୍ୟତିତ ଫିଲ୍ମରେ ଦିଲ୍‌ଜିତ୍‌ ଦୋସାଞ୍ଝ ଏବଂ ଅଭିନେତ୍ରୀ କିଆରା ଆଡ୍‌ଭାଣୀଙ୍କୁ ଦେଖିବାକୁ ମିଳିବ। ଫ୍ୟାନ୍‌ମାନେ ‘ଗୁଡ୍‌ ନ୍ୟୁଜ୍‌’ର ଟ୍ରେଲର ଦେଖି ବହୁତ ଉତ୍ସାହିତ ଥିବା ଜଣାପଡ଼ିଛି। ଟୁଇଟରରେ ଏହି ଫିଲ୍ମକୁ ନେଇ ଫ୍ୟାନ୍‌ମାନଙ୍କ ଭଲ ରେସ୍‌ପନ୍ସ ଦେଖିବାକୁ ମିଳିଛି। ଦେଖନ୍ତୁ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ର ଟ୍ରେଲର;

ନିର୍ଦ୍ଦେଶକ ରାଜ୍‌ ମେହଟା ‘ଗୁଡ୍‌ ନ୍ୟୁଜ୍‌’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ନିଜେ ଅକ୍ଷୟ କୁମାର ଏବଂ ଫିଲ୍ମ ନିର୍ମାତା କରଣ ଜୋହର ଏହି ଫିଲ୍ମକୁ ପ୍ରଡ୍ୟୁସ୍‌ କରିଛନ୍ତି। ଆସନ୍ତା ଡିସେମ୍ବର ୨୭ରେ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ବଡ଼ ପରଦାରେ ରିଲିଜ ହେବ।

Comment