ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବଲିଉଡର ଅପକମିଙ୍ଗ ଫିଲ୍ମ ‘ଗୁଡ୍ ନ୍ୟୁଜ୍’ର ପୋଷ୍ଟର ରିଲିଜ୍ ହୋଇଛି। ଅଭିନେତା ଅକ୍ଷୟ କୁମାର ତାଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ କରିଛନ୍ତି।

ବଲିଉଡର ଏହି ଫିଲ୍ମଟି ଆସନ୍ତା ୨୦୨୦ଡିସେମ୍ବର ୨୭ରେ ରିଲିଜ୍ ହେବ। ଏହି ଫିଲ୍ମରେ ଅକ୍ଷୟଙ୍କ ସହ ମୁଖ୍ୟ ଚରିତ୍ରରେ କରୀନା କପୁର ଓ କିଆରା ଆଡଭାନୀ ନଜର ଆସିବେ।

ଏହି ଫିଲ୍ମକୁ ରାଜ୍ ମେହତା ନିର୍ଦ୍ଦେଶନା ଦେଉଥିବାବେଳେ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି କରନ୍ ଜୋହର। ଧର୍ମ ପ୍ରଡକ୍ସନର ବ୍ୟାନରେ ଏହି ଫିଲ୍ମଟି ନିର୍ମାଣ ହେଉଛି।

Comment