ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ୍ ମିଡିଆରେ ଯେବେଠୁ ଦିଲ୍ଲୀର ବାବା କା ଢାବା ଚର୍ଚ୍ଚାକୁ ଆସିଛି, ସେବେଠୁ ଦୁଃଖ କଷ୍ଟରେ ଜୀବନ ବଞ୍ଚୁଥିବା ଅନେକ ଲୋକଙ୍କ କଥା ବି ସାମନାକୁ ଆସିଛି। ବର୍ତ୍ତମାନ ଜଳନ୍ଧରର ସେପରି ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।

ଭିଡିଓରେ ବୃଦ୍ଧାଜଣକ ନିଜର ଦୁଃଖକୁ ବଖାଣୁଛନ୍ତି। ଏବେ ସେ ନିଜ ଜୀବନ ବଞ୍ଚାଇବାକୁ ରାସ୍ତା କଡ଼ରେ ପରଟା ଓ ଚା’ ବିକ୍ରି କରୁଛନ୍ତି। ସେଥିରୁ ଯେତିକି ଆୟ ହେଉଛି ସେତିକିରେ ତାଙ୍କ ପେଟ ପୁରୁଛି। ତାଙ୍କ ସ୍ୱାମୀଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି। ତେଣୁ ପେଟକୁ ଦାନା ମୁଠାଏ ଦେବା ପାଇଁ ସେ ଏହି କାମ କରୁଥିବା କହିଛନ୍ତି। ବୃଦ୍ଧାଜଣଙ୍କର ଏହି ଭିଡିଓକୁ ଲୋକମାନେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ କରିଛନ୍ତି।

ପଞ୍ଜାବୀ ଅଭିନେତା ଦିଲଜିତ୍ ଦୋସାନଝା ମଧ୍ୟ ଏହି ଭିଡିଓକୁ ସେଆର୍ କରିଛନ୍ତି। ସେ କହିଛନ୍ତି ଯେ, ସମସ୍ତେ ଏହି ମହିଳାଙ୍କ ପାଖକୁ ପରଟା ଖାଇବାକୁ ଯାଆନ୍ତୁ। ଯାହାଦ୍ୱାରା ତାଙ୍କ ବ୍ୟବସାୟ ବଢ଼ିବା ସହିତ ସେ ଭଲ କିଛି ରୋଜଗାର କରିପାରିବେ ବୋଲି ସେ କହିଛନ୍ତି।

ଦିଲଜିତଙ୍କ ସହିତ ଅନେକ ପଞ୍ଜାବୀ ଅଭିନେତା ଓ କଣ୍ଠଶିଳ୍ପୀ ମଧ୍ୟ ଏହି ଭିଡିଓକୁ ସେଆର୍ କରିଛନ୍ତି। ସମସ୍ତେ ଏହି ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ନିଜ ନିଜର ଫ୍ୟାନଙ୍କୁ ଅନୁରୋଧ କରିଛନ୍ତି।ଏହାପୂର୍ବରୁ ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳର ବାବା କା ଢାବା ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହୋଇଥିଲା। ଏଥିରେ ବୃଦ୍ଧ ଜଣକ ଖାଇବା ବିକ୍ରି କରୁଥିଲେ ମଧ୍ୟ, ତାଙ୍କଠାରୁ କେହି ଖାଉନଥିଲେ ବୋଲି ଦେଖାଯାଇଥିଲା। ଯାହା ଫଳରେ ସେ ଅତି କଷ୍ଟରେ ଜୀବନ ବଞ୍ଚୁଥିଲେ। ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ରାତାରାତି ବାବା କା ଢ଼ାବାର ମାଲିକ କାନ୍ତାପ୍ରସାଦ ଚର୍ଚ୍ଚାକୁ ଆସିବା ସହିତ ଅନେକ ସାହାଯ୍ୟ ପାଇଥିଲେ।

Comment