ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଟିଏ ଫିଲ୍ମରେ ନଜର ଆସିବେ ବଲିଉଡରର ତିନି ଖାନ୍। ବଲିଉଡର ଅମୀର ଖାନ୍, ଶାହରୁଖ୍ ଖାନ୍ ଓ ସଲମାନ ଖାନ ଗୋଟିଏ ଫିଲ୍ମରେ କାମ କରିବେ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଅମୀରଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂହ ଚଢା’ରେ ନଜର ଆସିପାରନ୍ତି ଶାହରୁଖ ଓ ସଲମାନ। ଏହି ଦୁଇ କଳାକାର ଅମୀରଙ୍କ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ରୋଲରେ ନଜର ଆସିବେ। ଦର୍ଶକମାନେ ବହୁ ବର୍ଷ ଧରି ଏହି ତିନି କଳାକାରଙ୍କୁ ଏକାଠି ଦେଖିବାକୁ ଅନେଇ ବସିଛନ୍ତି।

ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ୍ ହେଉଥିବା ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ଦର୍ଶକ ଅମୀର ଖାନ୍ ଓ କରୀନା କପୁରଙ୍କୁ ଦେଖିବାକୁ ପାଇବେ। କିଛି ଦିନତଳେ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି। ଫିଲ୍ମଟି ଆସନ୍ତାବର୍ଷ ଶେଷ ଆଡ଼କୁ ରିଲିଜ୍ ହେବ ବୋଲି ଜଣାପଡ଼ିଛି।

Comment