ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡ ଚକୋଲେଟ୍‌ ଷ୍ଟାର ସାହିଦ କପୁର ଏକ ଭିନ୍ନ ଧରଣର ଫିଲ୍ମ ଫ୍ୟାନ୍‌ମାନଙ୍କୁ ଭେଟି ଦେଉଛନ୍ତି। ଏହି ଫିଲ୍ମର ନାଁ ‘କବିର ସିଂ’। ‘କବିର ସିଂ’ଚଳଚ୍ଚିତ୍ରରେ ଦର୍ଶକ ସାହିଦଙ୍କୁ ଜଣେ ନିଶାଖୋର୍‌ ଡାକ୍ତର ଭୂମିକାରେ ଦେଖିବାକୁ ପାଇବେ। ନିକଟରେ ଫିଲ୍ମର ଟିଜର ରିଲିଜ୍‌ ହୋଇଥିବା ବେଳେ ଦର୍ଶକ ଏହି ଫିଲ୍ମକୁ ଭଲ ରେସପନ୍ସ ଦେଉଛନ୍ତି।

‘କବିର ସିଂ’ ପିଲ୍ମରେ ମୁଖ୍ୟ ଭୂମିକାରେ ସାହିଦ କପୁର ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ କିଆରା ଅଡଭାଣୀ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ନିର୍ଦ୍ଦେଶକ ସନ୍ଦୀପ ଭାଙ୍ଗା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି। ଭୂଷଣ କୁମାର, କୃଷ୍ଣା କୁମାର ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି।

‘କବିର ସିଂ’ ପିଲ୍ମ ସାଉଥ୍‌ଷ୍ଟାର ବିଜୟ ଦେବରାକୋଣ୍ଡାଙ୍କ ହିଟ୍‌ ତେଲୁଗୁ ପିଲ୍ମ ‘ଅର୍ଜୁନ ରେଡ୍ଡୀ’ର ରିମେକ୍‌। ନିକଟରେ ଏହି ଫିଲ୍ମର ଟିଜର ରିଲିଜ୍‌ ହୋଇଥିବା ବେଳେ ଖୁବ୍‌ ଶୀଘ୍ର ଏହାର ଟ୍ରେଲର ରିଲିଜ୍‌ ହେବ। ଲଭ୍‌ ଉମୋସନ୍‌କୁ ନେଇ ଫିଲ୍ମ ‘କବିର ସିଂ’ ଆସନ୍ତା ଜୁନ୍‌ ୨୧ ରେ ବଡ଼ ପରଦାରେ ରିଲିଜ୍‌ ହେବାକୁ ଯାଉଛି।

Comment