ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବେ ଦଶକର ସୁପରହିଟ କମେଡି ଫିଲ୍ମ ‘କୁଲି ନମ୍ବର ୱାନ’ର ରିମେକ୍‌ ହେବାକୁ ଯାଉଛି। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ବରୁଣ ଧଓ୍ଵନ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ବରୁଣ ଧଓ୍ଵନଙ୍କ ପିତା ଡେଭିଡ ଧଓ୍ଵନ। ‘କୁଲି ନମ୍ବର ୱାନ’ ଫିଲ୍ମକୁ ମିଶାଇ ବରୁଣ ଧଓ୍ଵନଙ୍କ ଏହା ହେଉଛି ନିଜ ପିତାଙ୍କ ସହ ତୃତୀୟ କମେଡ଼ି ସିନେମା।

ନିକଟରେ ହିଁ ବରୁଣ ଧାଓ୍ଵନ ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ସିନେମା ‘କଳଙ୍କ୍’ର ସୁଟିଙ୍ଗ ଶେଷ କରିଛନ୍ତି । ଯେଉଁଥିରେ ତାଙ୍କ ଅଭିନୟ କ୍ୟାରିଅରର ସବୁଠାରୁ କଠିନ ରୋଲ ରହିଛି ବୋଲି ସୂଚନା ମିଳିଛି। ଏହା ପରେ ସେ ରେମୋ ଡ଼ିସୈାଜାଙ୍କ ଆଗାମୀ ଫିଲ୍ମ ‘ଷ୍ଟ୍ରିଟ ଡ୍ୟାନ୍ସର’ରେ ଅଭିନୟ କରିବାକୁ ଥିବା ବେଳେ ତାଙ୍କ ସହ ଶ୍ରଦ୍ଧା କପୁର ମଧ୍ୟ ନଜରକୁ ଆସିବେ।

ବରୁଣ ଧଓ୍ଵନଙ୍କ ପାଇଁ ୨୦୧୯  ବର୍ଷ ବ୍ୟସ୍ତବହୁଳ ରହିଛି। କାରଣ ତାଙ୍କ ପାଖରେ ବର୍ତ୍ତମାନ ଅନେକ ପ୍ରୋଜେକ୍ଟ ରହିଛି। ବର୍ତ୍ତମାନ ସେ ଗୋଟିଏ ପଟେ ନିଜ ଫିଲ୍ମ ‘ଷ୍ଟ୍ରିଟ ଡ଼ାନ୍ସର’ ବ୍ୟସ୍ତ ରହିଥିବା ବେଳେ ଅନ୍ୟପଟେ ଶଶାଙ୍କ ଖେତାନଙ୍କ ଥ୍ରୀଲର ଫିଲ୍ମକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ସେ ନିଜ ପିତାଙ୍କ ସହ ଆଗାମୀ ଫିଲ୍ମ ‘କୁଲି ନମ୍ବର ୱାନ’ରେ କାମ କରିବାକୁ ଯାଉଛନ୍ତି ।

Comment