ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କବିର ସିଂର ଟ୍ରେଲର ନିକଟରେ ରିଲିଜ୍ ହୋଇଛି। ଯେତେବେଳଠୁ ଫିଲ୍ମର ଟ୍ରେଲର ଆସିଛି ସେବେଠୁ ବି ଟାଉନରେ କେବଳ ଗୋଟିଏ ଚର୍ଚ୍ଚା। କବିର ସିଂର ଟ୍ରେଲରକୁ ଗୋଟିଏ ଦିନରେ ୧୪ମିଲିୟନରୁ ଅଧିକ ଥର ଦେଖିସାରିଲେଣି ଲୋକେ। ଏହାସହିତ ଟ୍ରେଲରଟି ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ନମ୍ବର ୱାନରେ ଅଛି।

ଅନ୍ୟପଟେ ଟ୍ରେଲର ରିଲିଜ୍ ବେଳେ ସାହିଦ ଓ ଷ୍ଟାରକାଷ୍ଟ ମିଡିଆକୁ ପ୍ରିତିକ୍ରିୟା ଦେଇଛନ୍ତି। ସାହିଦ କହିଛନ୍ତି ଫିଲ୍ମରେ ସିଗାରେଟ ଓ ମଦର ବ୍ୟବହାର କେବଳ ଫିଲ୍ମରେ ଥିବା ଚରିତ୍ରକୁ ହିଁ ବୟାନ କରୁଛି। ଦର୍ଶକ ବିଲକୁଲବି ଏସବୁ ପ୍ରତି ଆକର୍ଷିତ ହେବା ଉଚିତ ନୁହଁ।

ଟ୍ରେଲର ରିଲିଜ୍ ହେବାପରେ ଅନେକ ଏହାକୁ ପସନ୍ଦ କରୁଛନ୍ତି, ତାହାସହିତ କିଛି ଲୋକ ଟ୍ରେଲରରେ ମଦ, ସିଗାରେଟ ଓ ଭାଷା ବ୍ୟବହାରକୁ ନେଇ ସାହିଦଙ୍କୁ ଟ୍ରୋଲ କରୁଛନ୍ତି।

ସାହିଦ କହିଛନ୍ତି, “ଏହା ଏକ ସ୍ଵତନ୍ତ୍ର ଫିଲ୍ମ। ଏହି ଫିଲ୍ମଟି ସିଧା ହୃଦୟରୁ ଅଟେ। ମୋତେ ଲାଗୁଛି ଫିଲ୍ନରେ ସବୁଠୁ ଭଲ ଦିଗ ଏଇଆ କି କାହାଣୀରେ ଥିବା ଚରିତ୍ର ସିଧା ହୃଦୟରୁ ଆସୁଛି। କବିର ସିଂ ଏକ ଅନାବିଳ ପ୍ରେମ କାହାଣୀ ଉପରେ ଆଧାରିତ।”
କବିର ସିଂହ ତେଲୁଗ ଫିଲ୍ମ ଅର୍ଜୁନ ରେଡ୍ଡୀର ରିମେକ ଅଟେ। ଏହା ଜୁନ୍ ୨୧ରେ ପରଦାକୁ ଆସିବ। ଟ୍ରେଲରେ ସାହିଦ ଓ କିଆରା ଆଡୱାନୀଙ୍କ କ୍ଲୋଜନେସ ବି ଦେଖିବାକୁ ମିଳିଛି। ଫିଲ୍ମକୁ ନେଇ ପୂରା ଟିମ୍ ଆଶାବାଦୀ ଥିବାବେଳେ ଫିଲ୍ମଟି କେତେ ସୁପରହିଟ ହେଉଛି ତାହା ଜୁନ୍ ୨୧ପରେ ହିଁ ସ୍ପଷ୍ଟ ହୋଇପାରିବ।

Comment