ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତା ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଏବେ ୭୧ ବର୍ଷ।  ଏହି ବୟସରେ ବି ତାଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣୁଛି। ଅମିତାଭ ପ୍ରତିଟି ରୋଲକୁ  ଏତେ ସୁନ୍ଦର ଭାବେ ନିଭାଇଥାନ୍ତି ଯେମିତି ଦର୍ଶକ ତାଙ୍କ ଅଭିନୟରେ ବାନ୍ଧି ହୋଇରହିପାରିବ।

ବିଗ ବି ତାମିଲ ହରର ଫିଲ୍ମ କାଞ୍ଚନାର ହିନ୍ଦୀ ରିମେକରେ ନଜର ଆସିବା ନେଇ ସୂଚନା ମିଳୁଛି।

କେବଳ ଏତିକି ନୁହଁ ଏହି ଫିଲ୍ମରେ ପ୍ରଥମ ଥର ଲାଗି ଅମିତାଭ ଟ୍ରାନ୍ସଜେଣ୍ଡର ରୋଲ ପ୍ଲେ କରିବେ। ଏହାସହିତ ଅକ୍ଷୟ କୁମାର ଓ ଅମିତାଭଙ୍କୁ ୧୨ବର୍ଷ ପରେ ବଡ ପରଦାରେ ଦର୍ଶକ ଦେଖିବାକୁ ପାଇବେ।

ଜାତୀୟ ଗଣମାଧ୍ୟମର ସୂଚାନାନୁସାରେ ତାମିଲର ଲୋକପ୍ରିୟ ସହ ସୁପରହିଟ୍ ଫିଲ୍ମ କାଞ୍ଚନାର ହିନ୍ଦି ରିମେକ ହେବାକୁ ଯାଉଛି। ଏହି ଫିଲ୍ମରେ ବିଗ୍ ବି କାଞ୍ଚନା ଭୂମିକାରେ ନଜର ଆସିବେ।

ତାମିଲରେ ପ୍ରସ୍ତୁତ ହୋଇଥିବା ଫିଲ୍ମରେ କାଞ୍ଚନା ଜଣେ ଟ୍ରାନ୍ସଜେଣ୍ଡର ମହିଳା ଅଟନ୍ତି, ଯେ ନିଜ ମୃତ୍ୟୁର ପ୍ରତିଶୋଧ ନେବାଲାଗି ରାଘବର ଶରୀରେ ପ୍ରବେଶ କରୁଛି। ତାମିଲରେ କାଞ୍ଚନାର ରୋଲ ପ୍ଲେ କରିଥିଲେ ଶରଦ କୁମାର।

Comment