ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଲିଜ ହୋଇଯାଇଛି ସାହିଦ କପୁରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘କବୀର ସିଂ’। ଗତ ଶୁକ୍ରବାର ଫିଲ୍ମଟି ରିଲିଜ ହୋଇଥିବା ବେଳେ ସୋମବାର ସୁଦ୍ଧା ବକ୍ସ ଅଫିସ୍‌ରେ ଭଳ ବ୍ୟବସାୟ କରିଛି। ୩ ଦିନ ମଧ୍ୟରେ ୭୦ କୋଟି ଟଙ୍କାର ବ୍ୟବସାୟ କରିଛି ଫିଲ୍ମ ‘କବୀର ସିଂ’। ଏନେଇ ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ଏକ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ତରଣ ଆଦର୍ଶଙ୍କ ଟୁଇଟ୍‌ ମୁତାବିକ, ଶୁକ୍ରବାର ଫିଲ୍ମ ରିଲିଜର ପ୍ରଥମ ଦିନରେ ୨୦.୨୧ କୋଟି ଆୟ କରିଛି। ସେହିପରି ଶନିବାର ୨୨.୭୧ କୋଟି ଆୟ କରିଥିବା ବେଳେ ରବିବାର ୨୭.୯୧ କୋଟି ଟଙ୍କାର ବ୍ୟବସାୟ କରିଛି। ‘କବୀର ସିଂ’ ମୋଟ ତିନି ଦିନରେ ଫିଲ୍ମ  ୭୦.୮୩ କୋଟି ଟଙ୍କା ବ୍ୟବସାୟ କରିଛି।

ଫିଲ୍ମ ‘କବୀର ସିଂ’ରେ ବଲିଉଡ ଚକଲେଟ୍‌ ଷ୍ଟାର ସାହିଦ କପୁର ଜବରଦସ୍ତ ଅଭିନୟ କରିଛନ୍ତି। ଫିଲ୍ମ ରିଲିଜ ପରେ ସହୀଦଙ୍କୁ ଚାରିଆଡ଼ୁ ପ୍ରସଂଶାର ଶୁଅ ଛୁଟିଛି। ଅନ୍ୟପକ୍ଷରେ ଅଭିନେତ୍ରୀ କିଆର ଆଡଭାଣୀ ଦମ୍‌ଦାର ଅଭିନୟ ଫିଲ୍ମକୁ ସୁପରହିଟ୍‌ କରିଛି। ବିଶେଷ କରି ଯୁବବର୍ଗଙ୍କୁ ‘କବୀର ସିଂ’ ଫିଲ୍ମକୁ ବହୁତ ପସନ୍ଦ ଆସଛି।

Comment