ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ଥାନ’।

ବଲିଉଡର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ଥାନ’ ଗୁରୁବାର ରିଲିଜ୍ ହୋଇଛି। ଏହି ଫିଲ୍ମରେ ବଲିଉଡର ଦଙ୍ଗଲ ଅମିର ଖାନ୍ ଏବଂ ଅଭିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ସବୁଠୁ ବଡ଼ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ଥାନ’ର ପ୍ରଥମ ଦିନର ବକ୍ସ ଅଫିସ କଲେକ୍‌ସନ୍‌ ସାମନାକୁ ଆସିଛି। ହେଲେ ସୋସିଆଲ ମିଡିଆରେ ଏହି ଫିଲ୍ମକୁ ବହୁତ ଖରାପ ରିଭ୍ୟୁ ମିଳିଥିଲା।

ଖରାପ ରିଭ୍ୟୁ ମିଳିଥିଲେ ମଧ୍ୟ ଏହି ଫିଲ୍ମଟି ପ୍ରଥମ ଦିନରେ ହିଁ ୫୨.୨୫ କୋଟି ଟଙ୍କା ଉପାର୍ଜନ କରିଛି। ଏହି ଫିଲ୍ମଟି ହେଉଛି ପ୍ରଥମ ଦିନରେ ସବୁଠୁ ଅଧିକ ଉପାର୍ଜନ କରିଥିବା ପ୍ରଥମ ହିନ୍ଦୀ ଫିଲ୍ମ। ଏହାଛଡ଼ା ଏହି ଫିଲ୍ମଟି ୟଶରାଜ ଫିଲ୍ମସ୍‌ର ପ୍ରଥମ ଦିନରେ ଏତେ ଟଙ୍କା ଉପାର୍ଜନ କରିଥିବା ପ୍ରଥମ ଫିଲ୍ମ।

‘ଠଗ୍ସ ଅଫ୍ ହିନ୍ଦୁସ୍ଥାନ’ ଫିଲ୍ମଟି ପ୍ରଥମ ଦିନରେ ହିଁ ଅନେକ ବକ୍ସ ଅଫିସ ରେକର୍ଡ ଭାଙ୍ଗିଛି। ଏହାଛଡ଼ା ଏହି ଫିଲ୍ମଟି ହିନ୍ଦୀ ସମେତ ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ରିଲିଜ୍‌ ହୋଇଛି। ଏହି ଫିଲ୍ମଟି ଭାରତର ପ୍ରାୟ ୫୦୦୦ରୁ ଅଧିକ ହଲ୍‌ରେ ରିଲିଜ୍‌ ହୋଇଛି।

Comment