ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ‘କେଶରୀ’ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରୁଛି। ନିକଟରେ ଫିଲ୍ମଟି ମାତ୍ର ପାଞ୍ଚ ଦିନରେ ୯୦ କୋଟି ଟଙ୍କା ଆୟ କରିଥିବା ବେଳେ ବର୍ତ୍ତମାନ ୧୦୦ କୋଟି କ୍ଲବରେ ସାମିଲ ହୋଇଛି।

ଅକ୍ଷୟ କୁମାରଙ୍କ ୨୦୧୯ର ପ୍ରଥମ ଫିଲ୍ମ ହେଉଛି କେଶରୀ। ତେବେ ଅତି କମ୍ ସମୟରେ ଅର୍ଥାତ ରିଲିଜର ୭ ଦିନରେ ଫିଲ୍ମଟି ୧୦୦ କୋଟି କ୍ଲବରେ ସାମିଲ ହୋଇଛି। ଗତ ଗୁରୁବାର କେଶରୀ ଫିଲ୍ମ ବଡ଼ ପରଦାରେ ରିଲିଜ ହୋଇଥିଲା। ଫିଲ୍ମରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିଥଇବାବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ପରିଣୀତି ଚୋପ୍ରା ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ଆଗକୁ ଆହୁରି ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି।

ଫିଲ୍ମ ଅନାଲିଷ୍ଟ ତରଣ ଆଦର୍ଶଙ୍କ ଟୁଇଟ୍‌ ଅନୁଯାୟୀ କେଶରୀ ରିଲିଜର ପ୍ରଥମ ଦିନ ଗୁରୁବାରରେ ୨୧.୦୬ କୋଟି ଟଙ୍କାର ବ୍ୟବସାୟ କରିଥିଲା। ସେହିପରି ଶୁକ୍ରବାରରେ ୧୬.୭୦ କୋଟି, ଶନିବାର ଦିନ ୧୮.୭୫ କୋଟି, ରବିବାର ୨୧.୫୧ କୋଟି, ସୋମବାର ୮.୨୫ କୋଟି, ମଙ୍ଗଳବାର ୭.୧୭ କୋଟି, ବୁଧବାର ୬.୫୨ କୋଟି, ଗୁରୁବାର ୫.୮୫ କୋଟି ଟଙ୍କାର ବ୍ୟବସାୟ କରିଛି।

ବର୍ତ୍ତମାନ ପର୍ଯ୍ୟନ୍ତ କେଶରୀ ଫିଲ୍ମ ମୋଟ ୧୦୫.୮୬ କୋଟି ଟଙ୍କାର ବ୍ୟବସାୟ କରିଛି। ଶୁକ୍ରବାର ସଲମାନଙ୍କ ଫିଲ୍ମ ‘ନୋଟବୁକ’ ରିଲିଜ ହୋଇଛି। ତେବେ ଆଗାମୀ ଦିନରେ ‘ନୋଟବୁକ’ ଫିଲ୍ମ ସହିତ ‘କେଶରୀ’ ଫିଲ୍ମର ବକ୍ସ ଅଫିସରେ କିପରି ଲଢ଼େଇ ହେଉଛି ତାହା ଦେଖିବାର ଅଛି।

Comment