ଓଡ଼ିଶାଲାଇଭ୍ ବ୍ୟୁରୋ

 

ଅଭିନେତା ଅକ୍ଷୟ କୁମାର, ରିତେଶ ଦେଶ୍‌ମୁଖ ଏବଂ ବବି ଦେଓଲଙ୍କ ଅଭିନିତ ହାଉସଫୁଲ-୪ ରିଲିଜ୍ ହେବାର ୫ଦିନ ମଧ୍ୟରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି। ଏନେଇ ଅକ୍ଷୟ କୁମାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ମଙ୍ଗଳବାର ସୁଦ୍ଧା ଫିଲ୍ମ ହାଉସଫୁଲ-୪ ର ବ୍ୟବସାୟ ଶହେ କୋଟି ଟପିଛି।

ଫିଲ୍ମର ବ୍ୟବସାୟକୁ ନେଇ ଅକ୍ଷୟ କୁମାର ଟୁଇଟ୍ କରି ଲେଖିଛନ୍ତି, “ଆମକୁ ଏଭଳି ଭଲପାଇବା ଦେଇଥିବାକୁ ଫ୍ୟାନମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଦର୍ଶକମାନଙ୍କ ଭଲପାଇବା ଯୋଗୁଁ ହିଁ ଆଜି ଆମେ ଏହି ସ୍ଥାନରେ ପହଞ୍ଚିପାରିଛୁ।”

ଗତ ଶୁକ୍ରବାର ହାଉସଫୁଲ୍-୪ ବଡ଼ ପରଦାରେ ରିଲିଜ ହୋଇଥିଲା। ରିଲିଜ ହେବାର ପ୍ରଥମ ଦିନରେ ଫିଲ୍ମଟି ମାତ୍ର ୧୯ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏହାପରେ ରିଲିଜ୍ ହେବାର ତୃତୀୟ ଦିନରେ ଫିଲ୍ମର ବ୍ୟବସାୟ ୫୦ କୋଟି ଟପିଥିଲା। ଯାହାକି ଗତ ମଙ୍ଗଳବାର ବୃଦ୍ଧି ପାଇଁ ଶହେ କୋଟିରେ ପହଞ୍ଚିଛି।

ମଙ୍ଗଳବାର ଶେଷ ସୁଦ୍ଧା ଫିଲ୍ମଟି ମୋଟ୍ ୧୧୧.୮୨ କୋଟି ଟଙ୍କାର ବ୍ୟବସାୟ କରିଛି। ଫରାଦ ସାମ୍‌ଜିଙ୍କ ନିର୍ଦ୍ଦେଶିତ ହାଉସଫୁଲ୍ ୪ରେ ଅକ୍ଷୟ କୁମାର, ରିତେଶ ଦେଶମୁଖ୍ ଓ ବବି ଦେଓଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସେମାନଙ୍କ ବିପକ୍ଷରେ ଅଭିନେତ୍ରୀ କ୍ରିତି ସାନନ୍, ପୂଜା ହେଗଡେ ଏବଂ କିର୍ତ୍ତି ଖରବନ୍ଦାଙ୍କୁ ଦେଖିବାକୁ ମିଳିଛି।

Comment