ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପରଦା ଉପରେ ସେନା ପୋଷାକରେ ଆପଣ ଖିଲାଡି ଷ୍ଟାର ଅକ୍ଷୟଙ୍କୁ ଅନେକ ଫିଲ୍ମରେ ଦେଖିଥିବେ। ନିଜ ଫିଲ୍ମ ଜରିଆରେ ସେ ସବୁବେଳେ ଯବାନଙ୍କୁ ଉତ୍ସାହିତ କରିଛନ୍ତି। ଆଜି ସେ ସେନା ଦିବସ ଅବସରରେ ଯବାନଙ୍କ ସହ ସାମିଲ ହୋଇ ପୁଣିଥରେ ଦେଶପ୍ରେମର ପ୍ରମାଣ ଦେଇଛନ୍ତି। ରାଜସ୍ଥାନର ଜୈସଲମେରରେ ଯବାନଙ୍କ ସହ ଭଲିବଲ ଖେଳି ସେମାନଙ୍କ ମନୋବଳ ବଢ଼ାଇଛନ୍ତି ଅକ୍ଷୟ କୁମାର।

ଏହି ଅବସରରେ ଅକ୍ଷୟ କୁମାର ଓ ବଲିଉଡ ଅଭିନେତ୍ରୀ କ୍ରୀତି ସେନନ ‘ବିଜୟ ରଣ ଫର୍‌ ସୋଲ୍‌ଜର’ ମାରାଥନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହାର ଭିଡିଓ ଅକ୍ଷୟ କୁମାର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ଜୈସଲମାରରେ ସେନା ଦିବସ ଅବସରରେ ସାଗତ୍ ସିଂ ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଅକ୍ଷୟ କୁମାର ଏବଂ କ୍ରିତି ସେନନ୍ ଏଠାରେ ପହଞ୍ଚିଥିଲେ। ସେନା କର୍ମଚାରୀମାନେ ଅକ୍ଷୟ କୁମାର ଏବଂ କ୍ରିତୀଙ୍କୁ ସ୍ୱାଗତ କରିଥିଲେ। ଜୈସଲମାରରେ ଅକ୍ଷୟ ଓ କ୍ରୀତି ସେମାନଙ୍କ ଆଗାମୀ ଫିଲ୍ମ ବଚ୍ଚନ ପାଣ୍ଡେର ସୁଟିଂ ପାଇଁ ଅଛନ୍ତି।

Comment