ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରିଲିଜ୍‌ ପୂର୍ବରୁ ନୂଆ କେତେକ ଅପ୍‌କମିଂ ହିନ୍ଦୀ ମୁଭି ବିଭିନ୍ନ କାରଣରୁ ବିବାଦରେ ଫସି ରହିଛି। ଜାଣନ୍ତୁ ଏହି ବିବାଦ ବିଷୟରେ…

କେଦାର ନାଥ୍

ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କେଦାରନାଥ୍’ ରିଲିଜ୍‌ ହେଉଛି ଡିସେମ୍ବର ୭ ତାରିଖରେ। ଏହାର କାହାଣୀ ଜଣେ ହିନ୍ଦୁ ଯୁବତୀ ଓ ମୁସଲମାନ ଯୁବକର ପ୍ରେମ କାହାଣୀ ଉପରେ ଆଧାରିତ। ‘କେଦାରନାଥ’ ରିଲିଜ୍‌ ହେବା ଆଗରୁ ବିବାଦରେ ଫସି ଯାଇଛି।

ପ୍ରଥମେ ଭାରତୀୟ ଜନତା ପାର୍ଟି ଓ ଏବେ ବିଶ୍ୱ ହିନ୍ଦୁ ପରିଷଦ ‘କେଦାରନାଥ’ ଫିଲ୍ମରେ ଥିବା ହିନ୍ଦୁ- ମୁସଲିମ୍‌ ତଥା ନାୟକ- ନାୟିକାଙ୍କ କିସିଂ ସିନ୍‌କୁ ନେଇ ହଙ୍ଗାମା କରିଛନ୍ତି। ଉତ୍ତରାଖଣ୍ଡର ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତାମାନେ ଅଭିଯୋଗ କରିଛନ୍ତି ଯେ, ‘କେଦାରନାଥ’ ଫିଲ୍ମରେ ହିନ୍ଦୁମାନଙ୍କର ଆସ୍ଥା ଓ ଧାର୍ମିକ ଭାବନା ଉପରେ କୁଠାରାଘାତ କରାଯାଇଛି। ଏହି କାରଣରୁ ‘କେଦାରନାଥ’ର ଟାଇଟଲ୍‌ ବଦଳାଯାଉ ବୋଲି ଦାବି ହୋଇଛି।

ଏହି ବାବଦରେ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ହିନ୍ଦୁ ଧାର୍ମିକ ମାନ୍ୟତା ଉପରେ କୁଠାରଘାତ ଉଦ୍ଦେଶ୍ୟ ନେଇ କାଳ୍ପନିକ କାହାଣୀ ଉପରେ ପ୍ରସ୍ତୁତ ‘କେଦାରନାଥ’କୁ ଉତ୍ତରାଖଣ୍ଡରେ ରିଲିଜ୍ ନ କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।

ଚିଟ୍ ଇଣ୍ଡିଆ

ବଲିଉଡରେ ସିରିଏଲ୍ କିସର ଭାବେ ପରିଚିତ ଅଭିନେତା ଇମ୍ରାନ୍‌ ହାସମୀ ଆଜିକାଲି ‘ଚିଟ୍ ଇଣ୍ଡିଆ’ ଟାଇଟଲ୍‌ରେ ନିର୍ମିତ ଏକ ହିନ୍ଦୀ ଫିଲ୍ମର ବିବାଦରେ ଫସି ଯାଇଛନ୍ତି।

ଦିଲ୍ଲୀର ଲେଖକ ବିଦେଶ ଗୌତମ ଓ ଅଭିନେତା ଇମ୍ରାନ୍ ଜୈଦ୍‌ ଟିସିରିଜ୍‌ ଓ ଇମ୍ରାନ୍ ହାସମୀଙ୍କ ଉପରେ ଫିଲ୍ମର ସ୍କ୍ରିପ୍ଟ ଚୋରି ଅଭିଯୋଗ ଆଣିଛନ୍ତି। ସେମାନଙ୍କର କହିବା କଥା ହେଲା କି, ‘ଚିଟ୍ ଇଣ୍ଡିଆ’ର କଥାବସ୍ତୁ ପିଲ୍ମ ‘ମାର୍କସିଟ୍’ ସହିତ ମିଶିଯାଇଛି। ‘ମାର୍କସିଟ୍’ ଟାଇଟଲକୁ ସେମାନେ ୨୦୧୨ରେ ଇଣ୍ଡିଆନ୍‌ ସ୍କ୍ରିପ୍ଟ ରାଇଟର୍ସ ଆସୋସିଏସନ୍‌ରେ ପଞ୍ଜିକୃତ କରିଥିଲେ।

ମାର୍କସିଟ୍‌ର ଲେଖକ ଓ ଅଭିନେତାଙ୍କ କହିବା ଅନୁଯାୟୀ, ଇମ୍ରାନ୍ ହାସମୀ ଯେମିତି ଚିଟ୍ ଇଣ୍ଡିଆର କାହାଣୀ ଶୁଣାଇଲେ, ସେମାନେ ଜାଣିଗଲେ ଯେ ଏହା ତାଙ୍କ ଫିଲ୍ମର କଥାବସ୍ତୁ। ଏଣୁ ସେମାନେ ରାଇଟର୍ସ ଆସୋସିଏସନ୍‌ରେ ଲିଖିତ ଅଭିଯୋଗ କରିଛନ୍ତି। ଏବେ ପ୍ରଯୋଜନା ସଂସ୍ଥାକୁ ଲିଗାଲ୍ ନୋଟିସ୍ ଦିଆଯାଇଛି।

ଗଡ୍ ସେକ୍ସ ଆଣ୍ଡ୍ ଟ୍ରୁଥ୍

ପ୍ରଖ୍ୟାତ ନିର୍ମାତା- ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ଫିଲ୍ମ ‘ଗଡ୍ ସେକ୍ସ ଆଣ୍ଡ୍ ଟ୍ରୁଥ୍’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ପର୍ଣ୍ଣ ଆକ୍‌ଟ୍ରେସ୍ ମିୟା ମାଇକୋବୀଙ୍କୁ ଲଞ୍ଚ କରାଯାଇଛି। ସନ୍ନି ଲିଓନଙ୍କ ପରେ ବଲିଉଡରେ ଲଞ୍ଚ ହୋଇଥିବା ଦ୍ୱିତୀୟ ପର୍ଣ୍ଣଷ୍ଟାର ହେଲେ ମିୟା ମାଲକୋବା।

ଏହି ଫିଲ୍ମର ଟ୍ରେଲର ରିଲିଜ୍ ହେବା ମାତ୍ରେ ‘ସରକାର-୩’ର ଲେଖକ ପି. ଜୟା କୁମାର ଅଭିଯୋଗ ଆଣିଛନ୍ତି ଯେ, ତାଙ୍କଠାରୁ କାହାଣୀର ଆଇଡିଆ ଚୋରି କରିଛନ୍ତି ରାମଗୋପାଳ ବର୍ମା। କିନ୍ତୁ ରାମଗୋପାଳ ବର୍ମା ତାଙ୍କଠାରୁ ଅନୁମତି ନ ନେଇ ‘ଗଡ଼ ସେକ୍ସ ଆଣ୍ଡ୍ ଟ୍ରୁଥ୍’ ନିର୍ମାଣ କରିଛନ୍ତି।

‘ହାଉସ୍ ଫୁଲ୍୪’

ନିର୍ମାତା ସାଜିଦ୍‌ ନାଡ଼ିଆଡୱାଲାଙ୍କ ମଲ୍ଟି ଷ୍ଟାରର୍ ମୁଭି ‘ହାଉସ ଫୁଲ୍-୪’ର ସୁଟିଂ ଜୋରସୋରରେ ଚାଲିଛି। ଏହି ଫିଲ୍ମ ବି ରିଲିଜ୍ ହେବା ଆଗରୁ ବିବାଦରେ ଫସିଯାଇଛି।

ଖାସ୍‌କରି ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକର୍‌ଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ସେଥିରୁ ନାନା ଓହରି ଥିଲେ। ଠିକ୍ ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରୁ ସାଜିଦ୍ ଖାନ୍‌ଙ୍କୁ ବି ହଟିବାକୁ ପଡ଼ିଥିଲା। ଅକ୍ଷୟ କୁମାର ଫିଲ୍ମର ସୁଟିଂ ଛାଡ଼ି ମୁମ୍ବାଇ ଚାଲି ଆସିଥିଲେ। ଏସବୁ କାରଣରୁ ‘ହାଉସଫୁଲ୍-୪’ ବିବାଦରେ ଫସିଯାଇଥିଲା।

Comment