ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ରିଲିଜ ହୋଇଛି ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘କେଶରୀ’ର ତୃତୀୟ ଟିଜର। ପଞ୍ଜାବର ହୋଇଥିବା ପ୍ରସିଦ୍ଧ ସାରଗଢ଼ୀ ଯୁଦ୍ଧକୁ ନେଇ ‘କେଶରୀ’ର କାହାଣୀ। ୧୮୯୭ ମସିହାରେ ଇଂରେଜ ସେନା ଏବଂ ଶିଖ୍‌ ଲୋକଙ୍କ ମଧ୍ୟରେ ହୋଇଥିଲା ସାରଗଢ଼ୀ ଯୁଦ୍ଧ। ଏହି ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘କେଶରୀ’ର କାହାଣୀ।

ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅକ୍ଷୟ କୁମାର। ଅକ୍ଷୟଙ୍କ ବିପକ୍ଷରେ ଅଭିନେତ୍ରୀ ପରିଣିତି ଚୋପ୍ରା ଏହି ଫିଲ୍ମରେ ଅଭିନୟ କରିଛନ୍ତି। ନିର୍ଦ୍ଦେଶକ ଅନୁରାଗ ସିଂହ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଆସନ୍ତା ମାର୍ଚ୍ଚ ୨୧ ତାରିଖରେ ଫିଲ୍ମ ‘କେଶରୀ’ ରିଲିଜ ହେବ।

‘କେଶରୀ’ ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ହାବିଲଦାର ଇଶ୍ୱର ସିଂଙ୍କ ଭୂମିକାରେ ନଜର ଆସିଛନ୍ତି। ଟିଜରରେ ଅକ୍ଷୟଙ୍କୁ ଏକ ଖଣ୍ଡା ଧରିଥିବା ଜଣେ ଶିଖ୍‌ ଯୋଦ୍ଧା ଭାବେ ଦେଖିବାକୁ ମିଳିଛି। ଆସନ୍ତା ୨୧ ତାରିଖରେ ଏହି ଫିଲ୍ମର ଟ୍ରେଲର ରିଲିଜ ହେବ। ତେବେ ସିନେପ୍ରେମୀଙ୍କ ମଧ୍ୟରେ ‘କେଶରୀ’ ଫିଲ୍ମକୁ ନେଇ ବର୍ତ୍ତମାନ କ୍ରେଜ୍‌ ବଢ଼ିବାକୁ ଲାଗିଛି।

Comment