ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘କେଶରୀ’ର ଟ୍ରେଲର ରିଲିଜ ହୋଇଛି।

ରିଲିଜ ହେଲା ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘କେଶରୀ’ର ଟ୍ରେଲର। ୧୮୯୭ ମସିହାରେ ଆଫଗାନୀ ସେନା ଏବଂ ଶିଖ୍‌ ଲୋକଙ୍କ ମଧ୍ୟରେ ହୋଇଥିବା ସାରଗଢ଼ୀ ଯୁଦ୍ଧ ଉପରେ ଆଧାରିତ ଫିଲ୍ମ ‘କେଶରୀ’ର କାହାଣୀ। ଏହି ଫିଲ୍ମରେ ଅକ୍ଷୟ କୁମାର ଜଣେ ଶିଖ୍‌ ଯୋଦ୍ଧା ଭୂମିକାରେ ନଜର ଆସିଛନ୍ତି।

‘କେଶରୀ’ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଖିଲାଡି ଅକ୍ଷୟ କୁମାର ଓ ଅଭିନେତ୍ରୀ ପରିଣିତି ଚୋପ୍ରା। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଅନୁରାଗ ସିଂହ। ଗିରୀଶ କୋହଲି ଓ ଅନୁରାଗ ସିଂହ ଏହି ଫିଲ୍ମର କାହାଣୀ ଲେଖିଛନ୍ତି। ଆସନ୍ତା ମାର୍ଚ୍ଚ ୨୧ ତାରିଖରେ ଫିଲ୍ମ ‘କେଶରୀ’ପରଦା ଉପରେ ରିଲିଜ ହେବ।

କେଶରୀ’ ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ହାବିଲଦାର ଇଶ୍ୱର ସିଂଙ୍କ ଭୂମିକାରେ ନଜର ଆସିଛନ୍ତି।

୩ ମିନିଟର ଏହି ଟ୍ରେଲରରେ ଅକ୍ଷୟ କୁମାରଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ୨୧ଜଣ ଶିଖ୍‌ ଯବାନ ୧୦ ହଜାର ଆଫଗାନୀଙ୍କ ସହ କିପରି ଯୁଦ୍ଧ କରିଛନ୍ତି ଫିଲ୍ମରେ ଦର୍ଶାଯାଇଛି। ଏହା ଏକ ସତ୍ୟ କାହାଣୀ ଉପରେ ଆଧାରିତ। ଫିଲ୍ମର ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ୍ ଜବରଦସ୍ତ ଅଛି।

Comment