ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଶିଳ୍ପା ସେଟ୍ଟି କୁନ୍ଦ୍ରା ଆଜି ୪୪ତମ ଜନ୍ମଦିନ ମନାଉଛନ୍ତି, କିନ୍ତୁ ଏହାକୁ ସତ ମାନିବା ଶିଳ୍ପାଙ୍କ ଫ୍ୟାନଙ୍କ ଲାଗି ଟିକେ ମୁସ୍କିଲ କାରଣ ଶିଳ୍ପା ଆଜି ସେତିକି ସୁନ୍ଦର ସେତିକି ଫିଟ୍ ଯାହା ସେ ତାଙ୍କ କ୍ୟାରିୟର ଆରମ୍ଭ ବେଳେ ଥିଲେ।

ଶିଳ୍ପା ୧୯୭୪ ଜୁନ ୮ ମଙ୍ଗଳବାର କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ। ଏହାପରେ ତାଙ୍କର ପୂରା ପରିବାର ମୁମ୍ବାଇ ସିଫ୍ଟ ହୋଇଯାଇଥିଲେ। ଶିଳ୍ପାଙ୍କ ପାଠପଢା ବି ମୁମ୍ବାଇରେ ହୋଇଥିଲା। ଶିଳ୍ପା ଦଶମ ପରେ ମଡେଲିଂରେ କ୍ୟାରିୟର ଆରମ୍ଭ କରିଥିଲେ, ସେ ପ୍ରଥମେ ଲିମକା ଲାଗି କିଛି ଆଡ୍ କରିଥିଲେ। ଯାହାପରେ ତାଙ୍କୁ ସିଧାସଳଖ ଫିଲ୍ମର ଅଫର ମିଳିଥିଲା।

ଶିଳ୍ପା ୧୯୯୨ରେ ତାଙ୍କ ଫାଷ୍ଟ ଫିଲ୍ମ ସାଇନ କରିଥିଲେ ଯାହାର ଟାଇଟଲ ଥିଲା ଗାତା ରହା ମୈରା ଦିଲ, କିନ୍ତୁ ଏହି ଫିଲ୍ମଟି କେବେ ରିଲିଜ୍ ହୋଇପାରିନାହିଁ। ଏହାପରେ ଶିଳ୍ପା ୧୯୯୩ରେ ସାହାରୁଖ ଖାନଙ୍କ ଅପୋଜିଟରେ ବାଜିଗର ଫିଲ୍ମ କରିଥିଲେ, ଯାହା ବକ୍ସ ଅଫିସରରେ ସୁପରହିଟ୍ ହୋଇଥିଲା।

ଏହାପରଠୁ ଶିଳ୍ପା ଆଉ ପଛକୁ ଫେରି ଚାହିଁନାହାନ୍ତି , ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଚାଲିଛନ୍ତି। ବାଜିଗର, ଧଡକନ୍,ଇଣ୍ଡିଅନ ଭଳି ଅନେକ ହିଟ ଫିଲ୍ମ ଭେଟିଦେଇଛନ୍ତି ଶିଳ୍ପା।

ଫିଲ୍ମ ବ୍ୟତିତ ଶିଳ୍ପା ଅନେକ ସମୟରେ ନିଜ ବ୍ୟକ୍ତିଗତ ଲାଇଫ ପାଇଁ ବି ଚର୍ଚ୍ଚାରେ ରହିଥାନ୍ତି। ଅକ୍ଷୟ କୁମାରଙ୍କ ସହିତ ତାଙ୍କର ରିଲେସନସିପକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା, ଏପରି କି ଖବର ନିର୍ବନ୍ଧ ପର୍ଯ୍ୟନ୍ତ ବି ଯାଇଥିଲା। କିନ୍ତୁ ହଠାତ୍ ଉଭୟ ଅଲଗା ହୋଇଯାଇଥିଲେ ଓ ନିଜ ନିଜର ଅଲଗା ରାସ୍ତା ବାଛିନେଇଥିଲେ।

ଏବେ ଶିଳ୍ପା ନିଜ ବ୍ୟକ୍ତିଗତ ଜୀବନରେ ଖୁସି ଅଛନ୍ତି। ସେ ୨୦୦୯ ରେ ବିଜିନେସ ମ୍ୟାନ୍ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ ଏବେ ସେମାନଙ୍କର ୭ ବର୍ଷର ଗୋଟେ ପୁଅ ବି ଅଛି।

Comment