ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଜିକାଲି ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପାଖରେ ଗୋଟିଏ ପରେ ଗୋଟିଏ ଅଫର। ସେ ଗୋଟିଏ ପରେ ଗୋଟିଏ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଉଛନ୍ତି। ଆୟୁଷ୍ମାନଙ୍କ ଅଭିନୀତ ଫିଲ୍ମକୁ ବି ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ବିଦେଶରେ ବି ତାଙ୍କ ଫିଲ୍ମର ଯାଦୁ ଦେଖିବାକୁ ମିଳୁଛି।

ଏହି ମଧ୍ୟରେ ସେ ଆଉ ଏକ ନୂଆ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି। ଏହି ଫିଲ୍ମର ଶୀର୍ଷକ ରହିଛି ‘‘ବାଲା’’।

ଏହି  ଫିଲ୍ମରେ ଆୟୁଷ୍ମାନଙ୍କ ସହ ଅଭିନେତ୍ରୀ ଭୂମି ପଡେନକର, ୟାମି ଗୌତମ ବି ଅଛନ୍ତି। ଫିଲ୍ମର ସୁଟିଂ ପାଇଁ ଦୁଇ ଅଭିନେତ୍ରୀ ଉତ୍ତରପ୍ରଦେଶର କାନପୁର ପହଞ୍ଚିଛନ୍ତି। ଏହି ଖବର ଆୟୁଷ୍ମାନ ନିଜ ଇନଷ୍ଟାଗ୍ରାମରେ ଦେଇଛନ୍ତି।

ଏହାପୂର୍ବରୁ ଆୟୁଷ୍ମାନ ଫିଲ୍ମ ଆର୍ଟିକିଲ ୧୫ ଓ ଡ୍ରିମ ଗାର୍ଲର ସୁଟିଂ କରୁଥିଲେ। ଆର୍ଟିକିଲ ୧୫ ଜୁନ୍ ୨୮ରେ ରିଲିଜ ହେବ। ଡ୍ରିମଗାର୍ଲରେ ଆୟୁଷ୍ମାନଙ୍କ ନୂଆ ଅବତାର ଦେଖିବାକୁ ମିଳିବ।

Comment