ଓଡ଼ିଶାଲାଇଭ୍‌ ବ୍ୟୁରୋ

https://www.youtube.com/watch?v=ukCwDNbjBeQ&feature=youtu.be

ସାରାଦେଶରେ ବହୁ ଧୁମଧାମରେ ପାଳନ ହୋଇଛି ଗଣେଶ ପୂଜା। କିଏ କେଉଁଠି ବହୁ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି ତିଆରି କରୁଛି ତ କେଉଁଠି ସୁଉଚ୍ଚ ତୋରଣ ତିଆରି କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ଏହାରି ମଧ୍ୟରେ ଭାରତର ସବୁଠାରୁ ଧନିବ୍ୟକ୍ତି ମୁକେଶ ଅମ୍ବାନିଙ୍କ ଘରେ ମଧ୍ୟ ପାଳିତ ହୋଇଛି ଗଣେଶ ପୂଜା।

ସାଉଥ୍‌ ମୁମ୍ବାଇରେ ଅବସ୍ଥିତ ମୁକେଶ ଅମ୍ବାନିଙ୍କ ବାସଭବନ ‘ଆଣ୍ଟିଲିଆ’ରେ ଧୂମ୍‌ଧାମ୍‌ରେ ପାଳିତ ହୋଇଯାଇଛି ଗଣେଶ ପୂଜା। ଏହାର ବିଶେଷତ୍ୱ ହେଲା, ପୂଜାରେ ଦେଖିବାକୁ ମିଳିଥିଲା ବଲିଉଡ ଜଗତର ବହୁ ନାମୀଦାମୀ କଳାକାରମାନଙ୍କୁ।

ବଲିଉଡ ଇଣ୍ଡଷ୍ଟ୍ରୀର ଅମିତାଭ୍ ବଚ୍ଚନ, ଅଭିଷେକ ବଚ୍ଚନ, ଅନିଲ କପୁର, ଅମୀର ଖାନ, ରଣବୀର କପୁର, ଭିକି କୌଶଳ ଆଦି ଅଭିନେତା ଏହି ପୂଜାରେ ଉପସ୍ଥିତ ଥିଲେ। ଏମାନଙ୍କ ସହ ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ୍, ବିଦ୍ୟା ବାଲାନ୍, ମାଧୁରୀ ଦିକ୍ଷିତ୍, କିର୍ତ୍ତି ସାନନ୍, ରେଖା ଓ କାଜଲଙ୍କ ଭଳି ଅଭିନେତ୍ରୀମାନଙ୍କର ଲମ୍ବାଲାଇନ୍ ଲାଗିଥିଲା।

ଗଣେଶ ପୂଜା ଅବସରରେ ଏହି ସବୁ ବଲିଉଡ କଳାକାରମାନେ ଗଣପତିଙ୍କ ଆର୍ଶିବାଦ ପାଇଁ ପହଞ୍ଚିଥିଲେ ମୁକେଶଙ୍କ ଘର ଆଣ୍ଟିଲିଆରେ। ଏହି ପୂଜାରେ ମୁକେଶଙ୍କ ସହ ତାଙ୍କ ପତ୍ନୀ ନୀତା ଅମ୍ବାନୀ ଓ ପରିବାର ଉପସ୍ଥିତ ରହି ଗଣପତିଙ୍କୁ ଆରାଧନା କରିଥିଲେ।

LEAVE A REPLY

Please enter your comment!
Please enter your name here