ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

”୧୧ବର୍ଷର ଭଲପାଇବା ୩୫ବର୍ଷର ବିବାହ – ଜୀବନରେ ଆସିବାକୁ ଥିବା ୪୬ବର୍ଷ ମୁଁ ତୁମ ସହ ରହିବାକୁ ଚାହେଁ’

ବଲିଉଡ ଅଭିନେତା ଅନିଲ କପୁର ଓ ତାଙ୍କ ପତ୍ନୀ ସୁନୀତା କପୁରଙ୍କ ବୈବାହିକ ଜୀବନକୁ ୩୫ବର୍ଷ ପୂରିଛି। ଏହି ଅବସରରେ ଉଭୟ ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପରକୁ ୱିସ କରିଛନ୍ତି, ଏହାସହିତ ୩୫ବର୍ଷ ଏକାଠି କାଟିବାର ସଫର ବାବଦରେ ବି ସେମାନେ ଲେଖିଛନ୍ତି।

ଅନୀଲ କପୁର ଲେଖିଛନ୍ତି, “ମୋ ଜୀବନରେ ଏ ପର୍ଯ୍ୟନ୍ତ ଜାହା ବି ହୋଇଛି, ସବୁ ସମୟରେ ତୁମେ ମୋ ସହ ଅଛ। ଆମେ ବିତାଇଥିବା ପ୍ରତି ମୁହୂର୍ତ୍ତ ଅନେକ ଖାସ୍ ରହିଛି। ଆମଜୀବନ ଏକ ଦୁଃସାହସିକ ଜୀବନ ପରି, ଆଉ ମୁଁ ଏହି ଜୀବନକୁ ବଦଳାଇବାକୁ ଚାହୁଁନାହିଁ। ୧୧ବର୍ଷର ଡେଟିଂ ଓ ୩୫ ବର୍ଷର ବିବାହ! ଆମ ଜୀବନରେ ଆସିବାକୁ ଥିବା ୪୬ବର୍ଷ ମୁଁ ତୁମ ସହ କାଟିବାକୁ ଚାହେଁ। ବିବାହ ବାର୍ଷିକୀର ଶୁଭେଛା।”

ସୁନୀତା ବି ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ଭଲ ସମୟକୁ ଆମେ ଏକାଠି ଏନଜୟ କରିଛନ୍ତି। ଖରାପ ସମୟକୁ ଏକାଠି ସହିଛନ୍ତି। ଭଲପାଇବାରେ ଥିବା ବିଶ୍ଵାସ ଆଗକୁ ବଢ଼ିବାର ରାସ୍ତା ଦେଖାଇଥାଏ। ହସିବା ଓ ଜିତିବା, ବିଶ୍ଵାସ ଓ କ୍ଷମା। ସବୁବେଳେ ସବୁସମୟରେ ଆମେ ଏକାଠି ରହିଛେ।”

ଉଭୟଙ୍କୁ ସେମାନଙ୍କ ଫ୍ୟାମିଲି ଫ୍ରେଣ୍ଡସ ଶୁଭେଛା ଜଣାଇଛନ୍ତି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment